ରାୟଗଡ଼ା: ଜିଲ୍ଲାର ଝଞ୍ଜାବତୀ ପୋଲ ନିକଟରେ ତେଲ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗୁରୁବାର ସନ୍ଧ୍ୟା ସମୟରେ ଆନ୍ଧ୍ରପ୍ରଦେଶ ଆଡୁ ଏକ ତେଲ ବୋଝେଇ ଟ୍ୟାଙ୍କର ରାୟଗଡା ଅଭିମୁଖେ ଆସୁଥିଲା । ତେବେ ଝଞ୍ଜାବତୀ ପୋଲ ନିକଟରେ ଥିବା ବୁଲାଣି ରାସ୍ତାରେ ଡ୍ରାଇଭର ଜଣକ ଅସାବଧାନତା ଯୋଗୁଁ ରେଳବାଇ ପୋଲ ତଳେ ଥିବା କାନ୍ଥରେ ବାଡେଇ ହୋଇଥିଲା । ତେବେ ଉକ୍ତ ସ୍ଥାନରୁ ଡ୍ରାଇଭର ଫେରାର ଥିବା ବେଳେ ଟାଙ୍କର ସହାୟକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ।