ଓଡିଶା

odisha

ETV Bharat / state

ଟ୍ରକକୁ ପଛରୁ ପିଟିଲା କାର, ଜଣେ ମୃତ

ରାୟଗଡା ୩୨୬ ନମ୍ବର ଜାତୀୟ ରାଜପଥର ଶିରିଗୁଡା ଠାରେ ଟ୍ରକକୁ ଏକ କାର ପଛପଟୁ ପିଟିଛି । ଦୁର୍ଘଟଣାରେ ଜଣେ ପ୍ରାଣ ହରାଇ ଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବିଶାଖାପାଟନା ସ୍ଥାନାନ୍ତର କରାଯାଇଛି ।

By

Published : Jun 20, 2019, 6:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ୩୨୬ ନମ୍ବର ଜାତୀୟ ରାଜପଥର ଶିରିଗୁଡା ଠାରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ମୃତକଙ୍କ ପରିଚୟ ମାନସ ଦାସ ବୋଲି ଜଣାପଡିଛି । ଗୋଟିଏ ପରିବାରର ୬ଜଣ ମିଶି କାର ଯୋଗେ ଦାମନଯୋଡିରୁ ରାୟଗଡା ଅଭିମୁଖେ ଆସୁଥିବା ବେଳେ ଶିରିଗୁଡା ନିକଟରେ ରାସ୍ତା ଉପରେ ଥିବା ଏକ ଟ୍ରକକୁ ପିଟିଦେବାରୁ ଏହି ଦୁର୍ଘଟଣା ଘଟିଛି ।

ଆହତଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରିବାରର ମା ଓ ପୁଅ ଗୁରୁତର ଥିବାରୁ ତାଙ୍କୁ ବିଶାଖାପାଟନା ସ୍ଥାନାନ୍ତର କରାଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details