ରାୟଗଡା: ଲକଡାଉନ ଚାଲିଥିବା ବେଳେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଗୋକୁଳ ମୁଣ୍ଡାସ୍ଥିତ ତ୍ରିନାଥ ମନ୍ଦିର ସାମ୍ନାରେ ଘଟିଛି ଅଘଟଣ । ଏକ ବସ ଧକ୍କାରେ ସ୍ଥାନୀୟ ଅଞ୍ଚଳରେ ସେଲୁନ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଟିକିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଲକଡାଉନରେ ଅଘଟଣ, ବସ ଧକ୍କାରେ ଯୁବକ ମୃତ - ଦୁର୍ଘଟଣା
ଲକଡାଉନ ଚାଲିଥିବା ବେଳେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଗୋକୁଳ ମୁଣ୍ଡାସ୍ଥିତ ତ୍ରିନାଥ ମନ୍ଦିର ସାମ୍ନାରେ ଘଟିଛି ଅଘଟଣ । ଏକ ବସ ଧକ୍କାରେ ସ୍ଥାନୀୟ ଅଞ୍ଚଳରେ ସେଲୁନ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
![ଲକଡାଉନରେ ଅଘଟଣ, ବସ ଧକ୍କାରେ ଯୁବକ ମୃତ lockdown in rayagada, rayagada latest news, bus hits man to death, accident in lockdown, accident, ରାୟଗଡାରେ ଲକଡାଉନ, ଲକଡଉନରେ ଅଘଟଣ, ବସ ଧକ୍କାରେ ଯୁବକ ମୃତ, ଦୁର୍ଘଟଣା, ରାୟଗଡା ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-6822058-989-6822058-1587059520099.jpg)
ଲକଡାଉନରେ ଅଘଟଣ, ବସ ଧକ୍କାରେ ଯୁବକ ମୃତ
ଲକଡାଉନରେ ଅଘଟଣ, ବସ ଧକ୍କାରେ ଯୁବକ ମୃତ
ସୂଚନା ମୁତାବକ ଯୁବକ ଜଣଙ୍କର ଉତ୍କଳ ଆଲୁମିନାର ଏକ ବସ ଧକ୍କାରେ ମୃତ୍ୟୁ ହୋଇଛି । ପ୍ରାଥମିକ ତଦନ୍ତ ପରେ ଏହା ସ୍ପଷ୍ଟ ହେବାରୁ ପୋଲିସ ସମ୍ପୃକ୍ତ ବସ ଓ ଡ୍ରାଇଭରକୁ ଅଟକ ରଖିଛି । ସେପଟେ ପୋଲିସ ମୃତଦେହକୁ ଉଦ୍ଧାର କରି କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ତାଙ୍କ ଗାଁ ବାଦପୁରକୁ ପଠାଇ ଦେଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ