ଓଡିଶା

odisha

ETV Bharat / state

କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ - ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର

ଦେହରେ କିରୋସିନି ଢାଳି ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରାୟଗଡା ସହରର ଷ୍ଟେଟ୍ ବ୍ୟାଙ୍କ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ରାୟଗଡ଼ା କିରୋସିନ୍ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ରାୟଗଡ଼ା କିରୋସିନ୍ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

By

Published : Dec 12, 2020, 11:03 PM IST

Updated : Dec 13, 2020, 8:25 AM IST

ରାୟଗଡ଼ା: ଦେହରେ କିରୋସିନି ଢାଳି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରାୟଗଡା ସହରର ଷ୍ଟେଟ୍ ବ୍ୟାଙ୍କ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଥିରେ ଗୁରୁତର ଆହତ ହୋଇଥିବା କେ.କାବଜା(19)ଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ପ୍ରାୟ 80 ଭାଗ ପୋଡି ଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।

କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଆତ୍ମହତ୍ୟା ଉଦ୍ୟମର ପ୍ରକୃତ କାରଣ ଜଣାପଡିନଥିବା ବେଳେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ତେବେ ଘରୋଇ କଳହରୁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ କରାଯାଉଛି । ଖବର ପାଇ ରାୟଗଡ଼ା ଟାଉନ୍ ଥାନା ପୁଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଂଜନ କୁମାର ରଥ, ଇଟିଭି ଭାରତ

Last Updated : Dec 13, 2020, 8:25 AM IST

ABOUT THE AUTHOR

...view details