ଓଡିଶା

odisha

ETV Bharat / state

ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ କୋଇମ୍ବାଟୁରରୁ ରାୟଗଡ଼ା ଆସିଲା ସ୍ଵତନ୍ତ୍ର ଟ୍ରେନ - Coimbatore to Rayagada

ଟ୍ରେନଟି ରାୟଗଡା, ବଲାଙ୍ଗୀର ଦେଇ ବାଲେଶ୍ଵର ପହଞ୍ଚବ। ଅନ୍ୟପଟେ ରାୟଗଡା ଷ୍ଟେସନରେ 209 ଜଣ ପ୍ରବାସୀ ଶ୍ରମିକ ଓଲ୍ଲାଇଛନ୍ତି ।

a-special-workers-train-came-from-coimbatore-to-rayagada
ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ କୋଇମ୍ବାଟୁରରୁ ରାୟଗଡ଼ା ଆସିଲା ସ୍ଵତନ୍ତ୍ର ଟ୍ରେନ

By

Published : May 16, 2020, 3:29 PM IST

ରାୟଗଡ଼ା: ତାମିଲନାଡୁ କୋଇମ୍ବାଟୁର ରାୟଗଡ଼ାକୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଆସିଲା ସ୍ଵତନ୍ତ୍ର ଟ୍ରେନ । ଏହି ଟ୍ରେନଟି ରାୟଗଡା, ବଲାଙ୍ଗୀର ଦେଇ ବାଲେଶ୍ଵର ପହଞ୍ଚବ। ଅନ୍ୟପଟେ ରାୟଗଡା ଷ୍ଟେସନରେ 209 ଜଣ ପ୍ରବାସୀ ଶ୍ରମିକ ଓଲ୍ଲାଇଛନ୍ତି ।

ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ କୋଇମ୍ବାଟୁରରୁ ରାୟଗଡ଼ା ଆସିଲା ସ୍ଵତନ୍ତ୍ର ଟ୍ରେନ

ଟ୍ରେନରେ ରାୟଗଡା, ନବରଙ୍ଗପୁର, ଗଜପତି, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାର 209 ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ପହଞ୍ଚିଛନ୍ତି । ଏହି ଶ୍ରମିକମାନେ ରାୟଗଡ଼ ଷ୍ଟେସନରେ ପହିଞ୍ଚିଲା ପରେ ସେମାନଙ୍କ ପଞ୍ଜୀକରଣ କରାଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହାପରେ ଶ୍ରମିକମାନଙ୍କ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇ ପୁଲିସ ସୁରକ୍ଷା ବଳୟରେ ସ୍ଵତନ୍ତ୍ର ବସ ଯୋଗେ ନିଜ ନିଜ ଜିଲ୍ଲାକୁ ପଠେଇ ଦିଆଯାଇଛି । ଏହି ଟ୍ରେନରେ କନ୍ଧମାଳ ଜିଲ୍ଲାର 15, ନବରଙ୍ଗପୁର ଜିଲ୍ଲର 17, ଗଜପତି ଜିଲ୍ଲାର 85 , ମାଲକାନଗିରି ଜିଲ୍ଲାର 1, କୋରାପୁଟ ଜିଲ୍ଲାର 12 ଏବଂ ରାୟଗଡା 79 ଶ୍ରମିକ ପହଞ୍ଚିଥିବା ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମର ବେହେରା ଓ ଏସପି ଶ୍ରବଣ ବିବେକ ସୂଚନା ଦେଇଛନ୍ତି ।

ତେବେ ଶ୍ରମିକଙ୍କ ସୁରକ୍ଷା ଏବଂ ସାଧାରଣ ଲୋକଙ୍କୁ ସଂକ୍ରମଣରୁ ରୋକିବା ପାଇଁ ଆଜି ମଧ୍ୟ ପ୍ରଶାସନ। ପିତାମହଲ ଠୁ ଜେକେପୁର, ରେଲୱେ ଷ୍ଟେସନ ଠୁ ଜେସକୋ କଲୋନୀ, ନୂଆ ବସଷ୍ଟାଣ୍ଡ, ସହ ରେଲୱେ ଷ୍ଟେସନ ଅଞ୍ଚଳକୁ ଦିନ ଦୁଇଟା ପର୍ଜୟନ୍ତ ୧୪୪ ଧାରାକୁ ଲାଗୁ କରାଯାଇଛି । ତେବେ କଡା ସୁରକ୍ଷା ମଧ୍ୟରେ ଏହି ଶ୍ରମିକମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠେଇ ଦିଆଯାଇଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details