ରାୟଗଡା: ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ତାମିଲନାଡୁର କୋଏମ୍ବାଟୁରରୁ ରାୟଗଡା ପହଞ୍ଚିଛି ସ୍ଵତନ୍ତ୍ର ଟ୍ରେନ । ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ଶ୍ରମିକ ଭାବରେ କାମ କରୁଥିବା ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାର ଏହି ଶ୍ରମିକମାନେ ରବିବାର ରାଜ୍ୟରେ ପହଞ୍ଚିଛନ୍ତି । ବିଶ୍ଵବ୍ୟାପୀ କୋରୋନା ମହାମାରୀ ଯୋଗୁଁ ତାଲାବନ୍ଦ ହେବା ଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଏହି ଶ୍ରମିକଙ୍କୁ ନେଇ ଏକ ସ୍ଵତନ୍ତ୍ର ଟ୍ରେନ କୋଏମ୍ବାଟୁରରୁ ରବିବାର ସନ୍ଧ୍ୟା 5ଟାରେ ରାୟଗଡ଼ାରେ ପହଞ୍ଚିଛି ।
223 ପ୍ରବାସୀଙ୍କୁ ନେଇ କୋଏମ୍ବାଟୁରରୁ ରାୟଗଡା ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ - ରାୟଗଡା ପହଞ୍ଚିଲେ ପ୍ରବାସୀ ଶ୍ରମିକ
ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ତାମିଲନାଡୁର କୋଏମ୍ବାଟୁରରୁ ରାୟଗଡା ପହଞ୍ଚିଛି ସ୍ଵତନ୍ତ୍ର ଟ୍ରେନ । ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ଶ୍ରମିକ ଭାବରେ କାମ କରୁଥିବା ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାର ଏହି ଶ୍ରମିକମାନେ ରବିବାର ରାଜ୍ୟରେ ପହଞ୍ଚିଛନ୍ତି ।
223 ପ୍ରବାସୀଙ୍କୁ ନେଇ କୋଏମ୍ବାଟୁରରୁ ରାୟଗଡା ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ
ଏଥିରେ ଗଜପତିରୁ 19, ରାୟଗଡ଼ାରୁ 154, କୋରାପୁଟରୁ ଜଣେ, ନବରଙ୍ଗପୁରରୁ ଜଣେ, କନ୍ଧମାଳରୁ 40 ଓ ମାଲକାନଗିରି ଜିଲ୍ଲାର 8 ଜଣଙ୍କ ସମେତ ମୋଟ 223 ଜଣ ଶ୍ରମିକ ରହିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କୁ ରେଳ ଷ୍ଟେସନରେ ପଞ୍ଜୀକରଣ କରିବା ସହିତ ସେମାନଙ୍କ ହାତରେ ସିଲ ହୋଇଥିବା ଖାଦ୍ୟ ପୁଡ଼ିଆ ଦିଆଯାଇଛି । ଏଥିସହ ଏହି ଶ୍ରମିକମାନଙ୍କୁ ସମ୍ପୃକ୍ତ ଜିଲ୍ଲା ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି । ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଧିକାରୀମାନେ ନିଜ ନିଜ ବ୍ୟବସ୍ଥାରେ ପ୍ରବାସୀ ଶ୍ରମିକମାନଙ୍କୁ ନେଇଯାଇଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ