ଓଡିଶା

odisha

ETV Bharat / state

ରାୟଗଡାରେ ଖୋଲିଲା ଗ୍ରାମୀଣ ବଜାର, ଜିଲ୍ଲାପାଳ କଲେ ଉଦଘାଟନ - drda chowk

ରାୟଗଡା ସହରରେ ଗ୍ରାମୀଣ ବଜାରର ଶୁଭ ଉଦଘାଟନ ହୋଇଛି। ଏଣିକି ରାୟଗଡା ସହରରେ ଗ୍ରାମୀଣ ବଜାର ସୁବିଧା ପାଇ ପାରିବେ ସାଧାରଣ ଜନତା। ଅଧିକ ପଢ଼ନ୍ତୁ...

ରାୟଗଡାରେ ଖୋଲିଲା ଗ୍ରାମୀଣ ବଜାର, ଜିଲ୍ଲାପାଳ କଲେ ଉଦଘାଟନ
ରାୟଗଡାରେ ଖୋଲିଲା ଗ୍ରାମୀଣ ବଜାର, ଜିଲ୍ଲାପାଳ କଲେ ଉଦଘାଟନ

By

Published : Nov 11, 2020, 12:58 AM IST

ରାୟଗଡା: ଆଜି(ମଙ୍ଗଳବାର) ରାୟଗଡା ସହରରେ ଗ୍ରାମୀଣ ବଜାରର ଶୁଭ ଉଦଘାଟନ ହୋଇଛି। ଏଣିକି ରାୟଗଡା ସହରରେ ଗ୍ରାମୀଣ ବଜାର ସୁବିଧା ପାଇ ପାରିବେ ସାଧାରଣ ଜନତା। ରାୟଗଡା ସହର ଡିଆରଡିଏ ଛକ ନିକଟରେ ଏହି ଗ୍ରାମୀଣ ବଜାରକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।

ରାୟଗଡାରେ ଖୋଲିଲା ଗ୍ରାମୀଣ ବଜାର, ଜିଲ୍ଲାପାଳ କଲେ ଉଦଘାଟନ

ଲୋକଙ୍କ ଚାହିଦା ଦେଖି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆଜି ଡିଆରଡିଏ ଛକ ନିକଟରେ ଡିଆରଡିଏ ଛକ ନିକଟରେ ଏହି ଗ୍ରାମୀଣ ବଜାରର ଶୁଭ ଆରମ୍ଭ କରାଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ବାରା ଏହି ଗ୍ରାମୀଣ ବଜାର ଆରମ୍ଭ ହୋଇଛି। ଏହି ଗ୍ରାମୀଣ ବଜାରରେ ବିଭିନ୍ନ ସମ୍ବଲପୁରୀ ବସ୍ତ୍ର ଠାରୁ ଆରମ୍ଭ କରି ମାସ୍କ,ହସ୍ତଶିଳ୍ପ,ସାନିଟାଇଜର ଆଦି ଉପଲବ୍ଧ ହେବ। ଏହାସହ ଅନ୍ୟାନ ସାମଗ୍ରୀ ମଧ୍ୟରେ ଏଥିରେ ଉପଲବ୍ଧ ହେବାନେଇ ସୂଚନା ମିଳିଛି।

ଗ୍ରାମୀଣ ବଜାରର ବିକ୍ରିବଟାର ସମସ୍ତ ଦାୟିତ୍ବ ଜିଲ୍ଲାରେ କାର୍ଯ୍ୟ କରୁଥିବା ଓରମାସ ନେଇଛି। ଏହାସହ ଜିଲ୍ଲାରେ ଥିବା ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ସମସ୍ତ ସାମଗ୍ରୀ ଏହି ବଜାରରେ ବିକ୍ରି ହେବ।ର ଲକ୍ଷ ରହିଛି । ଯାହାଫଳରେ ମହିଳାମାନେ ଅଧିକରୁ ଅଧିକ ସ୍ବାବଲମ୍ବୀ ହୋଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details