ଓଡିଶା

odisha

ETV Bharat / state

ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର, ୨ କିମି ଖଟିଆରେ ବୁହା ହେଲେ ଗର୍ଭବତୀ - ରାୟଗଡା ଜନନୀ ଯନ୍ତ୍ରଣା

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ଝିରିଖୋଲ ଗ୍ରାମରେ ସନ୍ତୋଷ ଝୋଡିଇଙ୍କ ସ୍ତ୍ରୀ ଲିଲି ଝୋଡିଆ (18) ପ୍ରସବ ବେଦନାରେ ଛଟପଟ ହେଉଥିଲେ । ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଗାଁକୁ ପକ୍କା ସଡକ ନଥିବାରୁ ଆମୁଲାନ୍ସ ଗ୍ରାମକୁ ଯାଇପାରି ନଥିଲା । ଅଧିକ ପଢନ୍ତୁ

ଜନନୀ ଯନ୍ତ୍ରଣାର ଆଉ ଏକ ନଗ୍ନ ଚିତ୍ର: ୨ କି.ମି ଖଟିଆରେ ବୁହା ହେଲେ ଗର୍ଭବତୀ
ଜନନୀ ଯନ୍ତ୍ରଣାର ଆଉ ଏକ ନଗ୍ନ ଚିତ୍ର: ୨ କି.ମି ଖଟିଆରେ ବୁହା ହେଲେ ଗର୍ଭବତୀ

By

Published : Dec 11, 2021, 10:51 PM IST

ରାୟଗଡା: ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ଅପହଞ୍ଚ । କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି ଇଚ୍ଛାଶକ୍ତିର ଅଭାବ । ସରକାରଙ୍କ ଏତେସବୁ ଯୋଜନା ଥାଇ ମଧ୍ୟ ଯନ୍ତ୍ରଣାରେ ଛଟପଟ ନୀରିହ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା । ରାୟଗଡ ଜିଲ୍ଲା କାଶୀପୁର ବ୍ଲକରେ ବାରମ୍ବାର ଜନନୀ ଯନ୍ତ୍ରଣା ଖବର ପରେ ମଧ୍ୟ ପ୍ରତିକାରର ବ୍ୟବସ୍ଥା ହେଉନାହିଁ । ପ୍ରଶାସନର ଆନ୍ତରିକତା ଅଭାବରୁ ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣା ଫର୍ଦ୍ଦ ଯୋଡ଼ିହେଉଛି କାଶୀପୁର ବ୍ଲକରେ ।

ଜନନୀ ଯନ୍ତ୍ରଣାର ଆଉ ଏକ ନଗ୍ନ ଚିତ୍ର: ୨ କି.ମି ଖଟିଆରେ ବୁହା ହେଲେ ଗର୍ଭବତୀ

ଏବେ ଆଉ ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ଝିରିଖୋଲ ଗ୍ରାମରେ । ଉକ୍ତ ଗ୍ରାମର ସନ୍ତୋଷ ଝୋଡିଇଙ୍କ ସ୍ତ୍ରୀ ଲିଲି ଝୋଡିଆ (18) ପ୍ରସବ ବେଦନାରେ ଛଟପଟ ହେଉଥିଲେ । ଏନେଇ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଗାଁକୁ ପକ୍କା ସଡକ ନଥିବାରୁ ଆମୁଲାନ୍ସ ଗ୍ରାମକୁ ଯାଇପାରି ନଥିଲା ।

ଫଳରେ ଆମ୍ବୁଲାନ୍ସଟି ଗ୍ରାମଠାରୁ ପ୍ରାୟ ୨ କି.ମି ଦୂରରେ ଅଟକି ରହିଥିଲା । ୧୦୨ ଆମ୍ବୁଲେନ୍ସ ଚାଳକ ପରୀକ୍ଷିତ ନାଏକଙ୍କ ସହାୟତାରେ ଆଶାଦିଦି ପରିବାର ସଦସ୍ୟଙ୍କ ସହ ୨ କି.ମି ଗର୍ଭବତୀଙ୍କୁ ଖଟିଆରେ ପଥୁରିଆ ପାହାଡିଆ ରାସ୍ତା ପାର କରି ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details