ରାୟଗଡା: ସାମାନ୍ୟ ବଚସାକୁ କେନ୍ଦ୍ର କରି ନିର୍ମମ ହତ୍ୟାକାଣ୍ଡ । ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ବଡ଼ ପୁକେଲ ଗ୍ରାମର ଝିକର ପଦର ଜଙ୍ଗଲରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ନିର୍ମମ ହତ୍ୟାକାଣ୍ଡ ଘଟିଛି ।
ଘଟଣା ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ବଡ଼ ପୁକେଲ ଗ୍ରାମର ଗଜେନ୍ଦ୍ର ମାଝୀ ତାଙ୍କ ସ୍ତ୍ରୀ ଓ ଝିଅ ୩ଜଣକୁ ନେଇ ଗାଁ ନିକଟରେ ପଡୁଚାଷ କରି ପାହାଡ଼ ତଳେ ଘର ତିଆରି କରି ରହୁ ଆସୁଥିଲା । ସେହି ଗାଁର ଅଭିଯୁକ୍ତ ପିରୁ ମାଝି ମଧ୍ୟ ମୃତ ଗଜେନ୍ଦ୍ର ମାଝିଙ୍କର ଘର ଠାରୁ କିଛି ଦୂରରେ ରହି ଚାଷବାସ କରି ରହୁଥିଲା । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଶୁକ୍ରବାର ସନ୍ଧ୍ୟା ଠାରୁ ନିଶାସକ୍ତ ଭାବେ ଉଭୟଙ୍କର ମଧ୍ୟରେ ବଚସା ହୋଇଥିଲା ।
ମୃତ ଗଜେନ୍ଦ୍ରଙ୍କର ସ୍ତ୍ରୀ ତିଲାଇ ମାଝି ପିରୁ ମାଝି ଘରକୁ ଯାଇ ଝଗଡ଼ା ନ କରିବାକୁ କହିଥିଲା । ତେବେ ସ୍ତ୍ରୀକୁ କାଳେ ଆକ୍ରମଣ କରିବା ସନ୍ଦେହରେ ଗଜେନ୍ଦ୍ର ମଧ୍ୟ ସ୍ତ୍ରୀ ତିଲାଇର ପିଛା କରିଥିଲା । ରାସ୍ତାରେ ପିରୁ ଓ ଗଜେନ୍ଦ୍ର ଉଭୟଙ୍କର ଭେଟଘାଟ ହେବାପରେ ପୁଣି ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା ।