ରାୟଗଡ଼ା: କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ତୋଟା ଗୁଡା ଗ୍ରାମ ନିକଟରେ ଜଣେ ଯୁବକଙ୍କ ଆତ୍ମହତ୍ୟା । ଟ୍ରେନଲାଇନରେ କଟି ଆତ୍ମହତ୍ୟା କରିଛନ୍ତି ଯୁବକ। ମୃତକ ଜଣକ ହେଉଛନ୍ତି ସର୍ଗୀଗୁଡା ଗ୍ରାମର ପାଣ୍ଡୁ ମାଝୀଙ୍କ ପୁଅ ଗିରିଧର ମାଝୀ ।
ସେ ଶଙ୍କରଡା ଗ୍ରାମର ଜଣେ ଯୁବତୀଙ୍କୁ ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ । ବର୍ଷେ ରହିବା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପ୍ରାୟ ୮ ମାସ ଆଗରୁ ଯୁବତୀ ଜଣକ ତାଙ୍କ ବାପା ଘରକୁ ଚାଲିଯାଇଥିଲେ । ବାରମ୍ବାର ଡାକିବା ପରେ ମଧ୍ୟ ସେ ସ୍ବାମୀଙ୍କ ପାଖକୁ ଆସିନଥିଲେ । 2 ଜଣଙ୍କ ମଧ୍ୟରେ ଦୀର୍ଘଦିନରୁ ମତାନ୍ତର ଲାଗି ରହିଥିଲା ।