ଓଡିଶା

odisha

ETV Bharat / state

ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ

ବଡ଼ ଧରଣର ଡକାୟତି ଯୋଜନା କରୁଥିବା ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ରାୟଗଡ଼ ପୋଲିସ । ସାମିଲ ଅଛନ୍ତି 3 ନାବାଳକ । ଅଧିକ ପଢ଼ନ୍ତୁ...

By

Published : Jun 23, 2020, 4:57 AM IST

A large-scale robbery plan was foiled, inter-state robbery gang arrested,  rayagada police, ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ
ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ

ରାୟଗଡ଼ା: ଜିଲ୍ଲା ପୋଲିସ ସହରରେ ବଡ଼ ଧରଣର ଡକାୟତି ଯୋଜନା କରୁଥିବା ସମୟରେ ଆନ୍ତଃରାଜ୍ୟ ଡକାୟତ ଦଳକୁ କାବୁ କରି ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି । ଡକାୟତଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ବୋମା, ୨ଟି ଖଣ୍ଡା, ଗନ୍‌ ପାଉଡର, ଲୁହା ବଲ, ୩ଟି ଲୁହା ଛଡ଼, ୨ଟି ମୋବାଇଲ, ଗୋଟିଏ ଅଟୋ ଓ ବାଇକ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।

ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ
ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ

ରାୟଗଡ଼ା ସହରର ଊପକଣ୍ଠରେ ଥିବା ଏକ ବେସରକାରୀ କଲେଜ ନିକଟରେ ଡକାୟତି ଦଳ ଆଡ୍ଡା ଜମାଇଥିବା ଖବର ପାଇ ଏସଆଇ୍ ରାୟଗଡ଼ ଥାନାର ଏକ ପୋଲିସ ଟିମ ଚଢ଼ାଉ କରି ଡକାୟତ ଗ୍ୟାଙ୍ଗକୁ କାବୁ କରିଥିଲା। ୬ ଜଣଙ୍କୁ ପୋଲିସ ଉଠାଇ ଆଣି ଥାନାରେ ପଚରା ଉଚରା କରିବା ପରେ ବଡ଼ ଧରଣର ଡକାୟତି ପାଇଁ ଯୋଜନା ଚାଲିଥିବା ଜଣା ପଡ଼ିଥିଲା । ତେବେ ପୋଲିସ ଇଡ଼ିଲି ସାଗର, ଗୁର୍ଲି ବୁଜି, ମୋଗେଶ ମାଣ୍ଡାଙ୍ଗିଙ୍କୁ ଗିରଫ କରିଥିଲା। ଗିରଫ ସାଗର ଓ ବୁଜିର ଘର ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ତୁରକାନୱାଲସା ଏବଂ ମୋଗେଶର ଘର ଗୁମ୍ମା ଲକ୍ଷ୍ମୀପୁରମ ଥାନାର ବାଥାଗୁଡ଼ୁବା ଗାଁରେ ବୋଲି ଜଣାପଡ଼ିଛି। ସେହିପରି ଅଟକ ଅନ୍ୟ ୩ ନାବାଳକଙ୍କୁ ପୋଲିସ ଜୁଭେନାଇଲ୍ କୋର୍ଟକୁ ସ୍ଥାନାନ୍ତର କରିଛି।

ଡକାୟତ ଗ୍ୟାଙ୍ଗ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ାରୁ ଅଟୋ ଓ ବାଇକରେ ଆସିବା ଡକାୟତି ଯୋଜନା କରୁଥିଲେ। ଡକାୟତ ଦଳ ପାଖରେ ମାରଣାସ୍ତ୍ର ଥିବାରୁ କାହାକୁ ଆକ୍ରମଣ କରିବା ଯୋଜନା କରୁଥିଲେ କି ନାହିଁ ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details