ଓଡିଶା

odisha

ETV Bharat / state

ଫଳ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଫଳ

ରାୟଗଡା ଶାରଳା ଛକରେ ଫଳ ଗୋଦାମରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଫଳ । ପଢନ୍ତୁ ଅଧିକ.....

By

Published : Nov 28, 2020, 7:00 PM IST

ଫଳ ଦୋକାନରେ ଅଗ୍ନୀକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଫଳ
ଫଳ ଦୋକାନରେ ଅଗ୍ନୀକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଫଳ

ରାୟଗଡା: ସହରର ଶାରଳା ଛକରେ ଥିବା ଏକ ଫଳ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଫଳ ଜଳିଯାଇଛି । ଓଭରବ୍ରିଜ ତଳେ ଥିବା ଏହି ଦୋକାନରେ ଶୁକ୍ରବାର ମଧ୍ୟରାତ୍ରିରେ ନିଆଁ ଲାଗିଯାଇଥିଲା । ଦୋକାନ ମାଲିକ ଦେକାନ ବନ୍ଦ କରି ଘରକୁ ପଳାଇଯାଇଥିବା ବେଳେ ଭୋରରୁ ନିଆଁ ଲାଗିଥିବା ଜଣାପଡିଛି ।

ଫଳ ଦୋକାନରେ ଅଗ୍ନୀକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଫଳ

ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଗୋଦାମରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ଫଳ ପୋଡି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଏନେଇ ଦୋକାନୀଙ୍କ ପକ୍ଷରୁ ରାୟଗଡା ଥାନାରେ ଅଭିଯୋଗ କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details