ଓଡିଶା

odisha

ETV Bharat / state

ଆଦିବାସୀଙ୍କ ନିଆରା ପୂଜା "ସିରିଙ୍ଗି ରିଆ" - ସିରିଙ୍ଗି ରିଆ

ଗାଁକୁ ଜ୍ବର, ଝାଡ଼ାବାନ୍ତି ଭଳି ମହାମାରି ରୋଗରୁ ରକ୍ଷା କରିବା ପାଇଁ ପାଳନ କରିଥାନ୍ତି 'ସିରିଙ୍ଗ ରିଆ ପର୍ବ' । ଅଧିକ ପଢନ୍ତୁ...

ଆଦିବାସୀଙ୍କ ନିଆରା ପୂଜା "ସିରିଙ୍ଗି ରିଆ"

By

Published : Nov 17, 2019, 2:14 AM IST

ରାୟଗଡା: ପ୍ରକୃତିର ମଣିଷ ଆଦିବାସୀଙ୍କ ଯାନି-ଯାତରା ପୂଜା ନିଆରା । କେତେବେଳେ ଦାରୁ ତ ପୁଣି କେତେବେଳେ ଧାତୁକୁ ନିଜର ଇଷ୍ଟ ଭାବେ ପୂଜା କରିଥାନ୍ତି । କେଉଁଠି ଗାଁକୁ ରୋଗ ବୈରାଗରୁ ରକ୍ଷା କରିବା ପାଇଁ ଗାଁ ମୁଣ୍ଡରେ ସନ୍ଧି ଦେବତାକୁ ପୂଜା ତ ପୁଣି କେଉଁଠି ଗାଁକୁ ଜ୍ବର, ଝାଡ଼ାବାନ୍ତି ଭଳି ମହାମାରି ରୋଗରୁ ରକ୍ଷା କରିବା ପାଇଁ ପାଳନ କରିଥାନ୍ତି 'ସିରିଙ୍ଗ ରିଆ ପର୍ବ' ।

ଆଦିବାସୀଙ୍କ ନିଆରା ପୂଜା "ସିରିଙ୍ଗି ରିଆ"

ଏହାକୁ ସ୍ଥାନୀୟ ଆଦିବାସୀଙ୍କ ଭାଷାରେ 'ସିରିଙ୍ଗ ରିଆ ପର୍ବ' କୁହାଯାଏ । ଗାଁର ବେଜୁଣିର ତିଥି ଘୋଷଣା ପରେ ଭୋରରୁ ଗାଁ ମୁଣ୍ଡରେ ଥିବା ତିନିକୋଣିଆ ଛକରେ ଜାନି ଏବଂ ବେଜୁଣିମାନେ ଏକାଠି ହୋଇ ଧରଣିପେନୁଙ୍କ ପ୍ରତିକ ଖଣ୍ଡାକୁ ପୂଜା କରିଥାନ୍ତି । ପରେ ଏହି ପ୍ରତିକ ଖଣ୍ଡାକୁ ଧରି ନାଚି ନାଚି ପୁଣି ଥରେ ଗାଁକୁ ପ୍ରବେଶ କରିଥାନ୍ତି ।

ଏମାନଙ୍କ ମଧ୍ୟରେ ବିଶ୍ବାସ ରହିଛି ଏହି ପୂଜା କଲେ ଗାଁକୁ ଦୁଷ୍ଟ ଶକ୍ତିର ଦୃଷ୍ଟି ପଡି ନଥାଏ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details