ଅମରାବତୀ/ରାୟଗଡ଼ା: ଆନ୍ଧ୍ରରେ ଓଡିଶା ବସ୍ ଦୁର୍ଘଟଣା । ଓଡିଶାରୁ ଶ୍ରମିକ ନେଇ ତାମିଲନାଡୁ ଅଭିମୁଖେ ଯାଉଥିବା ଏକ ବସ୍ ଆଜି(ଶନିବାର) ସକାଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପାଇଡିଭୀମାବରମ ଗ୍ରାମ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୩୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଯାହା ସୂଚନା ମିଳିଛି, ବସ୍ଟି ରାଜପଥ କଡରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ଓଡିଶାରୁ ଶ୍ରମିକ ନେଇ ଯାଉଥିବା ବସ୍ ଆନ୍ଧ୍ରରେ ଦୁର୍ଘଟଣା, ୩୦ ଆହତ - ଶ୍ରୀକାକୁଲମରେ ବସ୍ ଦୁର୍ଘଟଣା
ଓଡିଶାରୁ ଶ୍ରମିକଙ୍କୁ ନେଇ ତାମିଲନାଡୁ ଅଭିମୁଖେ ଯାଉଥିବା ଏକ ବସ୍ ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ୩୦ ଆହତ । ଅଧିକ ପଢନ୍ତୁ

ଓଡିଶାରୁ ଶ୍ରମିକ ନେଇ ଯାଉଥିବା ବସ୍ ଆନ୍ଧ୍ରରେ ଦୁର୍ଘଟଣା, ୩୦ ଆହତ
ଓଡିଶାରୁ ଶ୍ରମିକ ନେଇ ଯାଉଥିବା ବସ୍ ଆନ୍ଧ୍ରରେ ଦୁର୍ଘଟଣା, ୩୦ ଆହତ
ଆହତ ଶ୍ରମିକମାନଙ୍କୁ ଶ୍ରୀକାକୁଲମ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ରାୟଗଡା ଜିଲ୍ଲାରୁ ଏହି ଶ୍ରମିକମାନେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଉଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ ସହ ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ
Last Updated : Feb 19, 2022, 11:50 AM IST