ରାୟଗଡା:ରାୟଗଡାର ୫ମାସ ଶିଶୁ କନ୍ୟାକୁ ଆପଣାଇଲେ ବଙ୍ଗୀୟ ଦମ୍ପତି । ସୁଦୁର ୧୮୦୦ କିମି ଦୂର ଟାଣି ଆଣିଲା ମାଆର ବାତ୍ସଲ୍ୟ । ସତରେ ଏ ସମ୍ପର୍କ ବଡ଼ ବିଚିତ୍ର ଯେଉଁଠି ନିଜ ବାପାମାଆ ପରକରି ଦେଇଥିଲେ, ସେଠି ଜଣେ ଦମ୍ପତି ବାପାମାଆ ହୋଇ ଆପଣାଇଛନ୍ତି । ଏହି ବାପାମାଆ ଛେଉଣ୍ଡ ଶିଶୁଟି ବଙ୍ଗୀୟ ଦମ୍ପତିଙ୍କ କୋଳରେ ଦେଖିବ ନୂଆ ସକାଳର ସୁନେଲି କିରଣ । ଜଣେ ବଙ୍ଗୀୟ ଦମ୍ପତି ଏକ ସନ୍ତାନ ଗ୍ରହଣ କରିବା ପାଇଁ ଆସି ପହଞ୍ଚିଛନ୍ତି ରାୟଗଡା ଜିଲ୍ଲାରେ । ରାୟଗଡା ଶିଶୁ ସୁରକ୍ଷା ୟୁନିଟରୁ ପୋଷ୍ୟ ଭାବେ ଏକ ଶିଶୁକନ୍ୟାକୁ ଗ୍ରହଣ କରିଛନ୍ତି । ଜିଲ୍ଲା ପ୍ରଶାସନ ଶିଶୁଟିକୁ ଦମ୍ପତିଙ୍କୁ ପ୍ରଦାନ କରି ସନ୍ତାନ ସୁଖ ଦେଇଛି । ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଶିଶୁକନ୍ୟାଟିକୁ ପାଇ ଖୁସି ହେଇଛନ୍ତି ବଙ୍ଗୀୟ ଦମ୍ପତି ।
ସୂଚନା ଯୋଗ୍ୟ ପଶ୍ଚିମବଙ୍ଗ ଅଲିପୁରଦୁର ଜଣେ ଦମ୍ପତି ସନ୍ଦୀପ ବର୍ମା ଏବଂ ଅନ୍ୱେଶା ଭଟ୍ଟାଚାର୍ଯ୍ୟ ପାଞ୍ଚ ମାସର ଏକ କନ୍ୟା ସନ୍ତାନକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି । ନିୟମ ଅନୁଯାୟୀ ରାୟଗଡ଼ ଜିଲ୍ଲାପାଳ ସ୍ଵଧାଦେବ ସିଂହ କନ୍ୟା ସନ୍ତାନଟିକୁ ବଙ୍ଗୀୟ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ସନ୍ଦୀପ ବର୍ମା ଗତ ୨୦୨୦ ଜାନୁଆରୀ ୧୫ ତାରିଖରେ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଆବେଦନ କରିଥିଲେ । ଦୀର୍ଘ ଦିନ ପରେ ତାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଅନୁମତି ମଳିଥିଲା । ଶେଷରେ ସେ ରାୟଗଡ଼ାରେ ଥିବା ଶିଶୁ ସୁରକ୍ଷା ୟୁନିଟରୁ ଏକ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି
ଏହା ମଧ୍ୟ ପଢନ୍ତୁ...ଗଜପତିରୁ ଅସହାୟ ଶିଶୁପୁତ୍ରକୁ ପୋଷ୍ୟ ଗ୍ରହଣ କଲେ କର୍ଣ୍ଣାଟକ ଦମ୍ପତି