ଓଡିଶା

odisha

ETV Bharat / state

ସେନାପତି ବାବୁଙ୍କ ସାଙ୍ଘାତିକ କଳା, ସାଙ୍ଗରେ ରଖି ଆହତ ସାପର କରନ୍ତି ଚିକିତ୍ସା

ସାପକୁ କିଏବା ନଡରେ, ହେଲେ ଏଭଳି ଏକ ମଣିଷ ଯିଏକି ପେଷାରେ ସେ ଜଣେ ଅଟୋ ଡ୍ରାଇଭର ହୋଇଥିବା ବେଳେ ନିଶା କିନ୍ତୁ ବିଷଧର ସାପ ଧରିବା । ସେ ହେଲେ ରାୟଗଡା ସହରର ରଣିଗୁଡା ଫାର୍ମରେ ରହୁଥିବା ପ୍ରଦୀପ କୁମାର ସେନାପତି ।

By

Published : Oct 12, 2020, 4:18 PM IST

Updated : Oct 12, 2020, 8:42 PM IST

ସେନାପତି ବାବୁଙ୍କ ସାଙ୍ଘାତିକ କଳା, ସାଙ୍ଗରେ ରଖି ଆହତ ସାପର କରନ୍ତି ଚିକିତ୍ସା
ସେନାପତି ବାବୁଙ୍କ ସାଙ୍ଘାତିକ କଳା, ସାଙ୍ଗରେ ରଖି ଆହତ ସାପର କରନ୍ତି ଚିକିତ୍ସା

ରାୟଗଡା: ସାଙ୍ଘାତିକ କଳା। ବିଷଧର ସର୍ପଙ୍କୁ କାବୁ କରିବାରେ ସେ ଏକଦମ ମାହିର। ଦେଖୁଛନ୍ତି କିଭଳି ନିର୍ଭୟରେ ସେ ଧରିଛନ୍ତି ଏତେ ବଡ ସାପକୁ। ଦେଖଣହାରୀ ଭୟଭୀତ ହୋଇ କୋଷେ ଦୂରରେ ଛିଡା ହେଉଥିବା ବେଳେ ତାଙ୍କ ମନରେ ଟିକେ ଭୟ ନାହିଁ। ସତେ ଯେମିତି ପୋଖତ ସାପୁଆ କେଳା। ଆଉ ଗଦ ଶୁଙ୍ଘାଇ କରାୟତ କରୁଛନ୍ତି ଏହି ସମସ୍ତ ସର୍ପକୁ। ହେଲେ ଏହା ଆମର ଭ୍ରାନ୍ତ ଧାରଣା। ପେଶା ତାଙ୍କର ଅଟୋ ଚଳାଇବା ହେଲେ ନିଶା ତାଙ୍କର ସାପ ଧରା। ଅଟୋ ନଚଲେଇଲେ ଘରେ ଚୁଲି ଲାଗେନି । କିନ୍ତୁ ଘରର ଏଭଳି ସ୍ଥିତିରେ ଯଦି ଆଖପାଖ ଅଞ୍ଚଳରୁ ସାପଟିଏ ଥିବା ଖବର ମିଳେ ସେ ପେଟପାଟଣା ଭୁଲି ଦଉଡିଯାନ୍ତି ସାପ ଧରିବାକୁ।

ସେନାପତି ବାବୁଙ୍କ ସାଙ୍ଘାତିକ କଳା, ସାଙ୍ଗରେ ରଖି ଆହତ ସାପର କରନ୍ତି ଚିକିତ୍ସା

ଛାତ ଠୁ ଆରମ୍ଭ କରି ବଣ ବୁଦା ସବୁଠି ଚଢି ଯାଆନ୍ତି। ଏଥିରେ ତାଙ୍କୁ କେହି ପାରିଶ୍ରିମିକ ଦିଅନ୍ତି ନାହିଁ । ବରଂ ଆତ୍ମସନ୍ତୋଷ ମିଳିଥାଏ ବୋଲି କୁହନ୍ତି ରାୟଗଡାର ଏହି ପୋଖତ ସାପ ଧରାଳି ପ୍ରଦୀପ କୁମାର ସେନାପତି । ସାପ ଧରିବାକୁ ସେ କେଉଁଠାରୁ ତାଲିମ ନେଇ ନାହାନ୍ତି ବରଂ ନିଜର ଇଛାଶକ୍ତି ସହ ଡିସ୍କୋଭରି ଚ୍ୟାନେଲ ଦେଖି ସେ ସାପ ଧରିବା କୌଶଳ ଶିଖିଥିବା କହିଛନ୍ତି ।

ଏହି ନିଆରା ମଣିଷ ବିଗତ 5 ବର୍ଷ ମଧ୍ୟରେ ୨୦୦୦ରୁ ଊର୍ଦ୍ଧ୍ଵ ବିଷଧର ସାପ ଧରି ଅଞ୍ଚଳରେ ଚର୍ଚ୍ଚାକୁ ଆସିଛନ୍ତି । ସବୁଠାରୁ ବଡକଥା ଗତ ସପ୍ତାହ ତଳେ ଏକ ଆହତ ଗୋଖର ନାଗ ସାପକୁ ଚିକିତ୍ସା କରି ତାକୁ ନିଜ ପରିବାର ସହ ରଖି ଭଲହେବା ପରେ ଜଙ୍ଗଲରେ ଛାଡିଛନ୍ତି। ଯାହା ତାଙ୍କ ସାପ ପ୍ରେମର ନିଛକ ଉଦାହରଣ ଦେଖାଉଛି। କେବଳ ସତିକି ନୁହେଁ ଗତ ବର୍ଷ ୨୦ ଫୁଟର ଅହିରାଜ ସାପକୁ କାବୁକରି ପ୍ରଦୀପ ଏକ ପରିବାରକୁ ବଞ୍ଚାଇଥିବା ବେଳେ ସାପଟିକୁ ଅକ୍ଷତ ଭାବେ ସୁରକ୍ଷିତରେ ଜଙ୍ଗଲରେ ଛାଡି ଜିଲ୍ଲା ପ୍ରଶାସନର ବାହାବାହା ସାଉଣ୍ଟିଛନ୍ତି।

ହେଲେ ଯେଉଁ ବିଭାଗର ଦାଇତ୍ଵ ସେହି ବିଭାଗର ଅଣଦେଖାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପ୍ରଦୀପ । ବିଭିନ୍ନ ସମୟରେ ସାପ ଧରି ଜଙ୍ଗଲ ବିଭାଗକୁ ଖବର ଦେଲେ ସାପଟିକୁ ସୁରକ୍ଷିତରେ ଛାଡିବାପାଇଁ ସହାୟତା କରୁନଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ତେବେ ଏନେଇ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇ ପାରିନାହିଁ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Oct 12, 2020, 8:42 PM IST

ABOUT THE AUTHOR

...view details