ଓଡିଶା

odisha

By

Published : Dec 17, 2021, 9:04 PM IST

ETV Bharat / state

Witchcraft ! ୬ବର୍ଷର ନାବାଳକକୁ ଗଳାକାଟି ହତ୍ୟା, ଗୁଣିଗାରେଡି ସନ୍ଦେହ

ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ମାଣ୍ଡିବିଶି ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଜଣେ ୬ ବର୍ଷର ନାବାଳକକୁ ଘର ପଛପଟେ ଗଳା କାଟି ହତ୍ୟା କରାଯାଇଛି । ଅଧିକ ପଢନ୍ତୁ

୬ ବର୍ଷର ନାବାଳକକୁ ଗଳାକାଟି ହତ୍ୟା: ଗୁଣିଗାରେଡି ସନ୍ଦେହ
୬ ବର୍ଷର ନାବାଳକକୁ ଗଳାକାଟି ହତ୍ୟା: ଗୁଣିଗାରେଡି ସନ୍ଦେହ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ମାଣ୍ଡିବିଶି ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଜଣେ ୬ ବର୍ଷର ନାବାଳକକୁ ଘର ପଛପଟେ ଗଳା କାଟି ହତ୍ୟା କରାଯାଇଛି । ସୂଚନା ଅନୁଯାୟୀ ମୃତ ନାବାଳକ ଜଣକ ଜ୍ୟୋତିରାମ ଗୌଡ଼ ବୋଲି ଜଣାପଡିଛି । ଚାଷ ଜମିକୁ ବାପା ଦଶରଥ ଗୌଡ଼ ଏବଂ ମା’ ଧାନ କାଟିବାକୁ ଯାଇ ସନ୍ଧ୍ୟାରେ ଫେରିବା ପରେ ପୁଅକୁ ନପାଇ ବହୁ ଖୋଜାଖୋଜି କରିଥିଲେ ।

୬ ବର୍ଷର ନାବାଳକକୁ ଗଳାକାଟି ହତ୍ୟା: ଗୁଣିଗାରେଡି ସନ୍ଦେହ

ସାନ୍ଧ୍ୟ ପର୍ଯ୍ୟନ୍ତ ଜ୍ୟୋତିରାମ ଖେଳୁଥିବା ସାହି ପଡୋଶୀ ଲୋକେ ଦେଖିଥିବା କହିବା ପରେ ବହୁ ସମୟ ଖୋଜାଖୋଜି ପରେ ଶେଷରେ ନିଜ ଘର ବାରି ପଟେ ଏକ ପରିତ୍ୟକ୍ତ ସ୍ଥାନରେ ଗଳା କାଟା ହୋଇ ପୁଅ ପଡିଥିବା ଦେଖିବାକୁ ପାଇଥିଲେ ବାପା ମା’ ।

ତେବେ ଗୁଣିଗାରେଡି ପାଇଁ ଜ୍ୟୋତିରାମକୁ ବଳି ଦିଆଯାଇଥିବା ସନ୍ଦେହ କରିଛନ୍ତି ପାରିବାର ଏବଂ ଗ୍ରାମବାସୀ । ପୋଲିସର ସନ୍ଧନୀ କୁକୁର ସହିତ ତଦନ୍ତ ଆରମ୍ଭ କରିଥିବା ବେଳେ ଏଯାଏଁ କାହାରିକୁ ଗିରିଫ କରାଯାଇନାହିଁ ।

ସବୁଠାରୁ ବଡକଥା ନାବାଳକର ମଥାରେ ସିନ୍ଦୁର ଲାଗିଥିବା ବେଳେ ଗୁଣିଗାରେଡି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ନାବାଳକର ପିତା ଦାଶରଥି ଗୌଡ଼ କାଶୀପୁର ଥାନାରେ ଏତଲା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details