ରାୟଗଡା: ଦୀର୍ଘ ଦିନ ପରେ ପ୍ରଥମେ ଦଶମ ଏବଂ ଦ୍ଵାଦଶ ପରେ ଆଜି ସାରା ରାଜ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ ୯ମ ଶ୍ରେଣୀର ପିଲାଙ୍କ ପାଇଁ ସରକାର ଖୋଲିଲେ ସ୍କୁଲ । ସୋମବାରଠାରୁ ରାୟଗଡା ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଆରମ୍ଭ ହୋଇଛି ୯ମ ଶ୍ରେଣୀର ପିଲାଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ।
ସଦର ମହକୁମାର ଗୋବିନ୍ଦ ଚନ୍ଦ୍ର ଦେଵ ଉଚ୍ଚ ବିଦ୍ୟାଳୟ, ଗୋପବନ୍ଧୁ ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଆରଡବ୍ଲୁ ଏସ ଏସ ଉଚ୍ଚ ବିଦ୍ୟାଳୟ ସହ ଅନ୍ୟ ବିଦ୍ୟାଳୟ ଗୁଡିକରେ ମଧ୍ୟ ଆରମ୍ଭ ହୋଇଛି କ୍ଲାସ । କୋଭିଡ ନିୟମ ମଧ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ଵ ଦେଇ ସମସ୍ତ ସ୍କୁଲ ଖୋଲିଛି । ଆଜି ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ଦିନ ହୋଇଥିବାରୁ ବିଦ୍ୟାଳୟ ଗୁଡିକରେ ସନ୍ତୋଷଜନକ ଉପସ୍ଥାନ ଦେଖିବାକୁ ମିଳିନଥିଲା । ଯଦିଓ ସରକାର ନବମ ଶ୍ରେଣୀ ଛାତ୍ରଛାତ୍ରୀ ପାଇଁ ସ୍କୁଲ ଖୋଲିଲେ ତଥାପି ଅଭିଭାବକଙ୍କ ବିନା ସ୍ବୀକୃତି ପତ୍ରରେ ସ୍କୁଲକୁ ପ୍ରବେଶ ଅନୁମତି ଦିଆଯାଉନାହିଁ ।