ଓଡିଶା

odisha

ETV Bharat / state

ଛେଳିଆ ମାଝି ହତ୍ୟାକାଣ୍ଡ ରାୟ: 9 ଜଣଙ୍କୁ ଆଜୀବନ କାରାଦଣ୍ଡ - life imprisonment in murder case

ପ୍ରାୟ 2 ବର୍ଷ ପରେ ପୋଡକଣା ଗ୍ରାମର ଛେଳିଆ ମାଝି ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି। ଏ ଘଟଣାରେ ସମ୍ପୃକ୍ତ ଥିବା 9 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍‌। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

9 people sentenced to life imprisonment in murder case 2 years ago
ଛେଳିଆ ମାଝି ହତ୍ୟାକାଣ୍ଡର ରାୟ ପ୍ରକାଶ, 9 ଜଣଙ୍କୁ ଆଜୀବନ କାରାଦଣ୍ଡ

By

Published : Dec 16, 2019, 5:32 PM IST

Updated : Dec 16, 2019, 10:59 PM IST

ରାୟଗଡା: ଜିଲ୍ଲାର ଟିକିରି ଥାନା ଅଧିନସ୍ଥ ପୋଡକଣା ଗ୍ରାମରେ ଗତ 2017ରେ ହୋଇଥିବା ଛେଳିଆ ମାଝି ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି। ଏ ଘଟଣାରେ ସମ୍ପୃକ୍ତ ଥିବା 9 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍‌। 18 ଜଣଙ୍କ ସାକ୍ଷୀ ଓ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଏହି ରାୟ ଶୁଣାଇଛନ୍ତି। ଛେଳିଆ ମାଝୀ ହତ୍ୟାକାଣ୍ଡରେ ଜଡିତ ଥିବା ଅଭିଯୁକ୍ତ ହେଉଛନ୍ତି ସେହି ଗ୍ରାମର ବାଲି ମାଝି, ସନ୍ତୋଷ ମାଝି, ପତିଡି ମାଝି, ନରୀ ମାଝି, କୁଶ ମାଝି, କୃଷ୍ଣ ମାଝୀ, ସଦା ମାଝି, ସାଲୁ ମାଝି ଓ କବି ମାଝି।

ଛେଳିଆ ମାଝି ହତ୍ୟାକାଣ୍ଡର ରାୟ ପ୍ରକାଶ, 9 ଜଣଙ୍କୁ ଆଜୀବନ କାରାଦଣ୍ଡ

ଗତ 2017, ଡିସେମ୍ବର 30 ତାରିଖ ରାତି 8ଟାରେ ଅଭିଯୁକ୍ତ ଛେଳିଆ ମାଝିଙ୍କୁ ଘରୁ ଡାକି ନେଇଥିଲେ। ଏହା ପରେ କଡିଗରଡା ଜଙ୍ଗଲରେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା କରିଥିଲେ। ଜମିଜମା ବିବାଦକୁ ନେଇ ଅଭିଯୁକ୍ତ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟାଇଥିଲେ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Dec 16, 2019, 10:59 PM IST

ABOUT THE AUTHOR

...view details