ରାୟଗଡା: ଆସନ୍ତାକାଲି 74 ତମ ସ୍ବାଧୀନତା ଦିବସ ପାଳନ ହେବ। ତେବେ ଚଳିତ ବର୍ଷ ସ୍ବାଧୀନତା ଦିବସକୁ ଫିକା କରିଛି କୋରୋନା । ଏହି ଉତ୍ସବରେ ସାଧାରଣ ଲୋକଙ୍କ ଯୋଗଦାନକୁ ରାୟଗଡା ଜିଲ୍ଲାପ୍ରଶାସନ କଡାକଡି କରିଛି । ପ୍ରତ୍ୟକ ବର୍ଷ ସ୍ବାଧୀନତା ଦିବସ ରାୟଗଡ ସଦର ମହକୁମା ଜିସିଡି ପଡିଆ ଠାରେ ଅନୁଷ୍ଠିତ ହୁଏ । ପୋଲିସ ସହ ପ୍ରାୟ 40 ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ୟାରେଡ଼ରେ ଭାଗ ନେଉଥିବା ବେଳେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଯାକ ଜକମରେ ଆୟୋଜିତ ହୁଏ । ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମେ । କିନ୍ତୁ ଏଥରେ କେବଳ ପୋଲିସ ବିଭାଗର 2 ଟି ଗ୍ରୁପଙ୍କୁ ନେଇ ପ୍ୟାରେଡ଼ ଅନୁଷ୍ଠିତ ହେବ।
ରାଷ୍ଟ୍ରମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । 9 ଟା 15 ମିନିଟ ସମୟରେ ପତ୍ତାକା ଉତ୍ତଳନ ହେବା ପରେ ଜାତୀୟ ସଙ୍ଗୀତ ଗାନ କାରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଜନ ସାଧରଣଙ୍କୁ ସମ୍ପୂର୍ଣ ବାରଣ କରାଯାଇଛି । କେବଳ ଅଳ୍ପ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଡାକ୍ତର , ନର୍ସ,ଏବଂ ସଫେଇ କର୍ମଚାରୀ ରହିଛନ୍ତି।