ଓଡିଶା

odisha

ETV Bharat / state

ରାୟଗଡାରେ ପୁଣି 68 କୋରୋନା ଆକ୍ରାନ୍ତ ଚିହ୍ନଟ - corona positives in Rayagada

ରାୟଗଡା ଜିଲ୍ଲାରେ ପୁଣି 68 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 32 ଜଣ ପୁରୁଷ ରହିଥିବା ବେଳେ 36ଜଣ ମହିଳା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 12 ଜଣ ପୁଲିସ କର୍ମଚାରୀ ରହିଛନ୍ତି । ଅଧିକ ପଢନ୍ତୁ...

ରାୟଗଡାରେ ପୁଣି 68 କୋରୋନା ଆକ୍ରାନ୍ତ ଚିହ୍ନଟ
ରାୟଗଡାରେ ପୁଣି 68 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Jul 27, 2020, 11:00 PM IST

ରାୟଗଡା: ରାୟଗଡା ଜିଲ୍ଲାରେ ପୁଣି 68 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 32 ଜଣ ପୁରୁଷ ରହିଥିବା ବେଳେ 36ଜଣ ମହିଳା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 12 ଜଣ ପୁଲିସ କର୍ମଚାରୀ ରହିଛନ୍ତି । ତେବେ ରାୟଗଡା ଟାଉନ୍ ଥାନା ପରିସରରେ ଆକ୍ରାନ୍ତ ଚିହ୍ନଟ ହେବା ପରେ 48 ଘଣ୍ଟା ପାଇଁ ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ରାୟଗଡା ଏସପି ଶର୍ବଣା ବିବେକ ଏମ ।

ରାୟଗଡାରେ ପୁଣି 68 କୋରୋନା ଆକ୍ରାନ୍ତ ଚିହ୍ନଟ
ରାୟଗଡାରେ ପୁଣି 68 କୋରୋନା ଆକ୍ରାନ୍ତ ଚିହ୍ନଟ
ରାୟଗଡାରେ ପୁଣି 68 କୋରୋନା ଆକ୍ରାନ୍ତ ଚିହ୍ନଟ

ଅନ୍ୟପଟେ ରାୟଗଡା ଜିଲ୍ଲାର ଗୁଡାରୀ ବ୍ଲକରେ 24, ରାୟଗଡା ସହରାଞ୍ଚଳରେ 21, ଗ୍ରାମାଞ୍ଚଳରେ 8, ରାମନାଗୁଡା ବ୍କକରେ 7 ଜଣ, ଗୁଣପୁର ବ୍ଲକରେ 4, ମୁନିଗୁଡା ବ୍ଲକରେ 2 ଓ କୋଲନରା ବ୍ଲକରେ ଜଣେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ 42 ଜଣ କ୍ବାରେଣ୍ଟାଇନ ସେଣ୍ଟରୁ ଆସିଥିବା ବେଳେ 9 ଜଣ ସ୍ଥାନୀୟ ସଂକ୍ରମଣ ରହିଥିବା ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ 8 ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଥିବା ବେଳେ ସେମାନେ ରାଜସ୍ଥାନ, ପଶ୍ଚିମବଙ୍ଗ, ଗଜପତି ଓ ଗଞ୍ଜାମ ଜିଲ୍ଲାରୁ ଆସିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରେ 600 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 337 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details