ଓଡିଶା

odisha

ETV Bharat / state

ଆନ୍ଧ୍ରପ୍ରଦେଶରେ ୬ ଓଡିଆ ଶ୍ରମିକ ମୃତ୍ୟୁ ଘଟଣା, ମୃତ୍ୟୁ ନୁହେଁ ହତ୍ୟା ବୋଲି କହିଲା କଂଗ୍ରେସ - congress leader pradeep majhi

ଗତ ୩୦ ତାରିଖ ଦିନ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଓଡିଆ ଦାଦନ ଶ୍ରିମିକ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାର ଉପରେ ବର୍ଷିଲେ କଂଗ୍ରେସ କାର୍ଯ୍ୟକାରା ସଭାପତି ପ୍ରଦୀପ ମାଝୀ । କହିଲେ ଆନ୍ଧ୍ର ଓ ଓଡିଶା ସରକାର ଉଭୟ ଦାୟୀ । ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶରେ ୬ ଓଡିଆ ଶ୍ରମିକ ମୃତ୍ୟୁ ଘଟଣା, ମୃତ୍ୟୁ ନୁହେଁ ହତ୍ୟା ବୋଲି କହିଲା କଂଗ୍ରେସ
ଆନ୍ଧ୍ରପ୍ରଦେଶରେ ୬ ଓଡିଆ ଶ୍ରମିକ ମୃତ୍ୟୁ ଘଟଣା, ମୃତ୍ୟୁ ନୁହେଁ ହତ୍ୟା ବୋଲି କହିଲା କଂଗ୍ରେସ

By

Published : Aug 8, 2021, 10:59 PM IST

ରାୟଗଡା:ଗତ ୩୦ ତାରିଖ ଦିନ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଓଡିଆ ଦାଦନ ଶ୍ରମିକ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ଆସୁଥିବାବେଳେ, ଏପରି ଅଘଟଣକୁ ମୃତ୍ୟୁ ନୁହେଁ ବରଂ ନିର୍ଯାତନା ଓ ହତ୍ୟା ବୋଲି ଅଭିଯୋଗ କରିଛି କଂଗ୍ରେସ । ଏପରି ଅଘଟଣ ପାଇଁ ଉଭୟ ଆନ୍ଧ୍ର ଓ ଓଡିଶା ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।

ଆନ୍ଧ୍ରପ୍ରଦେଶରେ ୬ ଓଡିଆ ଶ୍ରମିକ ମୃତ୍ୟୁ ଘଟଣା, ମୃତ୍ୟୁ ନୁହେଁ ହତ୍ୟା ବୋଲି କହିଲା କଂଗ୍ରେସ

ସେମାନେ କାହିଁକି ଆନ୍ଧ୍ରପ୍ରଦେଶ ଗଲେ ଏବଂ ଏହି ତଥ୍ୟ କଣ ରାଜ୍ୟ ସରକାର କିମ୍ବା ଜିଲ୍ଲା ଶ୍ରମ ବିଭାଗ ପାଖରେ ନ ଥିଲା କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝୀ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିଜ ୨୦ ବର୍ଷର ସଫଳତା ବଖାଣୁ ଥିବାବେଳେ ଏହି ନିରୀହ ନାବାଳକ ପାଠ ପଢୁଥିବାବେଳେ କେବଳ ନିଜ ପାଠ ପଢା ପାଇଁ ସ୍ମାର୍ଟ ଫୋନ କିଣିବା ପାଇଁ ଦାଦନ ଖଟିବାକୁ ଯାଇଥିବା ଏବଂ ସେମାନଙ୍କୁ ସେଠି ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ ।

ମୃତକଙ୍କ ପରିବାର ଲୋକେ ଉଭୟ ଓଡିଶା ସରକାର, ଆନ୍ଧ୍ର ସରକାରଙ୍କ କଥାରେ ତାଳମେଳ ରହୁ ନଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା । ୬ ଜଣ ଦାଦନ ନାବାଳକ ଦାଦନ ଶ୍ରମିକଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ଏବଂ ନବୀନ ବାବୁଙ୍କୁ ସିଧାସଳଖ ଦାୟୀ କରିବା ସହ ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଵ ବୋଲି ଖୋଲା ଚେତାବନୀ ଦେଇଛି । ଘଟଣା ଅନୁସାରେ, କାମ କରିବାକୁ ଯାଇଥିବା ରାୟଗଡା ଜିଲ୍ଲାର ୫ ଏବଂ ଗଜପତି ଜିଲ୍ଲାର ଜଣେ ନାବାଳକ ଦାଦନ ଶ୍ରମିକ ସଟ ସର୍କିଟରେ ଅଗ୍ନିକାଣ୍ଡ ଘଟି ପ୍ରାଣ ହରାଇଥିଲେ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details