ଓଡିଶା

odisha

ETV Bharat / state

5T ସଚିବଙ୍କ ରାୟଗଡା ଗସ୍ତ, ଜିଲ୍ଳା ଡାକ୍ତରଖାନା ପରିଦର୍ଶନ

ତୃଣମୂଳ ସ୍ତରରେ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିବା ପାଇଁ ରାୟଗଡା ଜିଲ୍ଲାରେ ପହଞ୍ଚିଥିଲେ ୫T ସଚିବ ଭି.କେ ପାଣ୍ଡିଆନ । ଏହି କ୍ରମରେ ଜିଲ୍ଲାର ଡାକ୍ତରଖାନା ପରିଦର୍ଶନ କରିଛନ୍ତି ।

By

Published : Oct 11, 2019, 2:26 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ଲୋକଙ୍କ ନିକଟତର ହେବା ପାଇଁ ଏବେ ସରକାର ଆରମ୍ଭ କରିଛନ୍ତି 'ମୋ ସରକାର' ଯୋଜନା । ତୃଣମୂଳ ସ୍ତରରେ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିବା ପାଇଁ ରାୟଗଡା ଜିଲ୍ଲାରେ ପହଞ୍ଚିଥିଲେ ୫T ସଚିବ ଭି.କେ ପାଣ୍ଡିଆନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ପାଣ୍ଡିଆନ ।

ଏହା ସହ ସ୍ବାସ୍ଥ୍ୟାବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା ବି କରିଛନ୍ତି । ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ଆର. ବାଲକ୍ରିଷ୍ଣନ, ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ପାଣ୍ଡିଆନଙ୍କ ସହ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ଗୁରୁବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ରୋଗୀ କିପରି ଠିକ ଭାବେ ସେବା ପାଇବେ ସେ ନେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ରୋଗୀଙ୍କ ଉପସ୍ଥିତି ପାଇଁ ଦୁଇ ମହଲା ବିଶିଷ୍ଟ କୋଠା ନିର୍ମାଣ କରିବା ସହ କାଶୀପୁର ମେଡ଼ିକାଲରେ ଷ୍ଟାଫ କ୍ଵାର୍ଟର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details