ଓଡିଶା

odisha

ETV Bharat / state

ରାୟଗଡା ଗସ୍ତରେ ଭିକେ ପାଣ୍ଡିଆନ, ବଦଳିବ ମାଆ ମଝିଘରିଆଣୀ ମନ୍ଦିର ରୂପରେଖ - ରାୟଗଡାରେ ଭିକେ ପାଣ୍ଡିଆନ

ବଦଳିବ ମାଆ ମଝିଘରିଆଣୀ ମନ୍ଦିର ରୂପରେଖ । ରାୟଗଡା ଗସ୍ତରେ ଆସି ନିର୍ଦ୍ଦେଶ ଦେଲେ 5ଟି ସଚିବ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ

vk pandian visit rayagada
vk pandian visit rayagada

By

Published : Jun 8, 2023, 1:56 PM IST

vk pandian visit rayagada

ରାୟଗଡା:ଦୁଇ ଦିନିଆ ରାୟଗଡା ଗସ୍ତରେ ରହିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ପ୍ରଥମ ଦିନରେ ମାଆ ମଝିଘରିଆଣୀ ମନ୍ଦିରର ରୂପ ରେଖ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି କାଶୀପୁର ଗସ୍ତ କରିଛନ୍ତି । ପରେ ପରେ ଗୁଣପୁର ଏବଂ ବିଷମକଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଭିକେ ପାଣ୍ଡିଆନ ।

ବୁଧବାର ସନ୍ଧ୍ୟାରେ ହେଲିକେପ୍ଟର ଯୋଗେ ରାୟଗଡ଼ା ଜିସିଡି ପଡିଆ ଠାରେ ପହଞ୍ଚି ଥିଲେ ପାଣ୍ଡିଆନ । ଏହାପରେ ପ୍ରଥମେ ନୂତନ ଅଡିଟୋରିୟମ ଠାରେ 500ରୁ ଊର୍ଦ୍ଧ୍ବ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ପରେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେବା ସହ ରାୟଗଡା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଉଚ୍ଚ ଶିକ୍ଷାର ବିକାଶ ପାଇଁ 14 କୋଟି 50 ଲକ୍ଷ ଅନୁ ଦାନ ଦେଇ ଥିବା ଘୋଷଣା କରିଥିଲେ । ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିବା ସହ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ ଡାକ୍ତର ସହିତ ଆଲୋଚନା କରିଥିଲେ । ଆମ ହସ୍ପିଟାଲ କାର୍ଯ୍ୟ ଅନୁଧ୍ୟାନ କରିବା ପରେ ସ୍ଥାନୀୟ ଆମ୍ବଗୁଡା ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନରେ ନିର୍ମାଣ କାର୍ଯ୍ୟ ଓ ସାମଗ୍ରୀ ଗୁଡିକ ଦେଖି ଖୁସି ପ୍ରକଟ କରିଥିଲେ 5ଟି ସଚିବ ।

ଏହାପରେ ଆମ୍ବାଗୁଡା ଅଡିଟରିୟମ ଠାରେ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଲୋକଙ୍କ ଠାରୁ ଉନ୍ନୟନ ମୂଳକ କାର୍ଯ୍ୟ ଭିତ୍ତିକ ଅଭିଯୋଗ ଗ୍ରହଣ କରି ଜଳସେଚନ, ଶିକ୍ଷା, ପୋଲ, ରାସ୍ତା, ମନ୍ଦିର, ଚର୍ଚ୍ଚ ସହ ଅନ୍ୟ ଧର୍ମ ପୀଠ ଗୁଡ଼ିକ ପାଇଁ ସହାୟତା ନେଇ ସାତ ଦିନ ମଧ୍ୟରେ ଖୁସି ଖବର ପାଇବେ ବୋଲି ପ୍ରତିଶୃତି ଦେଇଥିଲେ ସଚିବ । ବିକାଶ ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲେ । ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ତାହା ଲୋକ ଜାଣିପାରିବେ ବୋଲି କହିଥିଲେ ପାଣ୍ଡିଆନ । ଜିଲ୍ଲାର ସମସ୍ତ କଲେଜ, ହାଇସ୍କୁଲ ରୂପାନ୍ତରଣ କରାଯିବା ସହ ନୂତନ କୋଠା, ଲାଇବ୍ରେରୀ ସହିତ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରାଯିବା ନେଇ ମଧ୍ୟ ଘୋଷଣା କରିଥିଲେ । ଯାହାକି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ମତ ରଖିଥିଲେ ।

ଏହାପରେ ରାୟଗଡ଼ା ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ପରିଚାଳନା କମିଟି ସହ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରି ମନ୍ଦିର ଚତୁଃପାର୍ଶ୍ଵ ବୁଲି ଦେଖିଥିଲେ । ସେଠାରୁ ଫେରିବା ବେଳେ କାର୍ଯ୍ୟସୂଚୀରେ ନଥିଲେ ସୁଦ୍ଧା ଅଚାନକ ଜଗନ୍ନାଥ ମନ୍ଦିର ପରିଦର୍ଶନରେ ଯାଇ ବ୍ରାହ୍ମଣ ସେବାୟତଙ୍କ ସହିତ ଆଲୋଚନା କରି ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ୫ଟି ସଚିବଙ୍କ ସହିତ କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣା, ଡ଼ିଆଇଜି ଚରଣ ସିଂ ମିନା, ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଏସପି ବିବେକାନନ୍ଦ ଶର୍ମାଙ୍କ ସହିତ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । ଆଜି ୫ଟି ସଚିବ କାଶୀପୁର ଯାଇଥିବା ବେଳେ ପରେ ଗୁଣପୁର ଏବଂ ବିଷମକଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details