ରାୟଗଡା: ଲକଡାଉନ ସମୟରେ ରାୟଗଡା ହସ୍ପିଟାଲର ପରିଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ । ଦିନିକିଆ ଗସ୍ତରେ ଆସି କୋଭିଡ ହେଲଥ ସେଣ୍ଟର ବୁଲି ଦେଖିଲେ ସଚିବ । ତାଙ୍କ ସହ ରାଜ୍ୟ ଉନ୍ନୟନ କମିଶନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତି ଥିଲେ ।
ଲକଡାଉନରେ ରାୟଗଡା କୋଭିଡ ହସ୍ପିଟାଲ ବୁଲି ଦେଖିଲେ 5T ସଚିବ ହେଲିକେପ୍ଟର ଯୋଗେ ରାୟଗଡା ଗସ୍ତରେ ଆସି ଜେକେ ସ୍ଥିତ ଇଏସଆଇ ହସ୍ପିଟାଲ ପରିସରରେ ଥିବା 100 ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ ସେଣ୍ଟର ପରିଦର୍ଶନ କରିଛନ୍ତି ସଚିବ । ଏହି ସମୟରେ କାର୍ଯ୍ୟରତ ଡାକ୍ତର, ନର୍ସମାନଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳଙ୍କ ସହ କୋରୋନାକୁ ନେଇ ଜିଲ୍ଲାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି ।
ଲକଡାଉନରେ ରାୟଗଡା କୋଭିଡ ହସ୍ପିଟାଲ ବୁଲି ଦେଖିଲେ 5T ସଚିବ ଏହା ସହ ଆଗକୁ କିପରି ଏହି ମହାମାରୀର ମୁକାବିଲା କରାଯିବ ସେନେଇ ଜିଲ୍ଲାପାଳ ଓ SP ଙ୍କ ସହ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି। ମୁଖ୍ୟତଃ କୋଭିଡ ହେଲଥ ସେଣ୍ଟର କ୍ଷମତା ବୃଦ୍ଧି ପାଇଁ 5T ଲାଇଫ ସପୋର୍ଟ ଭେଣ୍ଟିଲେଟର ଓ 10 ଟି ICUର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଗୁରୁତର ରୋଗୀଙ୍କୁ ଅନ୍ୟ ଡାକ୍ତରଖାନା ନପଠାଇ ଏଠାରେ ହିଁ ଚିକିତ୍ସା କରାଯାଇ ପାରିବ ବୋଲି ପାଣ୍ଡିଆନ କହିଛନ୍ତି ।
ଲକଡାଉନରେ ରାୟଗଡା କୋଭିଡ ହସ୍ପିଟାଲ ବୁଲି ଦେଖିଲେ 5ଟି ସଚିବ ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ଏବେ ରାଜ୍ୟକୁ ଫେରୁଛନ୍ତି । ପ୍ରବାସୀ ଓଡିଆଙ୍କ ଥଇଥାନ ମଧ୍ୟ ସମୀକ୍ଷା କରିଛନ୍ତି । ପ୍ରବାସୀ ଫେରନ୍ତା ଶ୍ରମିକଙ୍କ ଜୀବନ ଜୀବିକା ନେଇ ତୁରନ୍ତ ଅଧିକରୁ ଅଧିକ ଶ୍ରମ ଭିତ୍ତିକ ନିଯୁକ୍ତି ପ୍ରସ୍ତୁତି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ