ଓଡିଶା

odisha

ETV Bharat / state

ରାୟଗଡ଼ାରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ

ରାୟଗଡ଼ା କାଶୀପୁର ବ୍ଲକରେ ଉତ୍କଳ ଆଲୁମିନା 50 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ କରିଛି । ଅଧିକ ପଢନ୍ତୁ...

ଉତ୍କଳ ଆଲୁମିନା ଉଦଘାଟନ କଲା ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ
ଉତ୍କଳ ଆଲୁମିନା ଉଦଘାଟନ କଲା ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

By

Published : Jun 5, 2021, 7:58 AM IST

ରାୟଗଡ଼ା: କୋଭିଡ୍‌ ଭଳି ମହାମାରୀ ସମୟରେ ଉତ୍କଳ ଆଲୁମିନା ଗୋଟିଏ ପାଦ ଆଗକୁ ଆସି ଲୋକଙ୍କ ସୁରକ୍ଷା ପାଇଁ ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଲୋକାର୍ପଣ କରିଛି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡା ଠାରେ UAIL ପକ୍ଷରୁ ଏକ ୫୦ ଶଯ୍ୟା ବିଶିଷ୍ଟ ସ୍ଥାପନ କରାଯାଇଛି ।

ଏହି ୫୦ ଶଯ୍ୟାର କୋଭିଡ କେୟାର ସେଣ୍ଟରରେ ଭେଣ୍ଟିଲେଟର ସୁବିଧା ସହିତ କେନ୍ଦ୍ରୀୟ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା କରାଯାଇଛି । ସାମାନ୍ୟ କିମ୍ବା ମଧ୍ୟମ ଲକ୍ଷଣ ଥିବା କୋରୋନା ସଂକ୍ରମିତମାନଙ୍କ ପାଇଁ ଏହି କୋଭିଡ କେୟାର ସେଣ୍ଟର କାମ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲୋକାର୍ପଣ ଉତ୍ସବରେ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲକୁ ଉଦଘାଟନ କରିଥିଲେ ।

ଉତ୍କଳ ଆଲୁମିନା ଉଦଘାଟନ କଲା ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ାର ସିଡିଏମଓ ଡକ୍ଟର ଆର୍ତବନ୍ଧୁ ନାଏକ, ୟୁଏଆଇଏଲର ୟୁନିଟ ମୁଖ୍ୟ ମଜହର ବୈଗ ଓ ରାୟଗଡ଼ାର ଡିପିଏମ NHM ରାଜେଶ ନାୟକ ଉପସ୍ଥିତ ଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details