ଓଡିଶା

odisha

ETV Bharat / state

ରାୟଗଡ଼ାରେ ଆଉ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

ପୁଣି ରାୟଗଡ଼ା ଜିଲ୍ଲାରେ ଚିହ୍ନଟ ହେଲେ 5 କୋରୋନା ଆକ୍ରାନ୍ତ । 22ରେ ପହଁଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢ଼ନ୍ତୁ...

By

Published : Jun 24, 2020, 2:16 AM IST

5 more corona positive cases, rayagada corona news, ରାୟଗଡାରେ ଆଉ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ, 22ରେ ପହଁଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ରାୟଗଡ଼ା ଖବର
ରାୟଗଡ଼ାରେ ଆଉ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

ରାୟଗଡା: ଜିଲ୍ଲାରେ ଆଉ 5 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି 5 ଜଣଙ୍କୁ ମିଶାଇ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 22ରେ ପହଞ୍ଚିଥିବା ବେଳେ 5 ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

ରାୟଗଡ଼ାରେ ଆଉ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

5 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ପୁରୁଷ ବୋଲି ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ କାଶିପୁର ବ୍ଲକ ସର୍ଗିଗୁଡା ଗ୍ରାମର 3 ଜଣ ହୋଇଥିବା ବେଳେ ଅନ୍ୟ 2 ଜଣ ବିଷମକଟକ ବ୍ଲକର କୁମ୍ଭାରଢମୁଣୀ ଗ୍ରାମର ବୋଲି ଜଣା ପଡିଛି । କାଶିପୁର ବ୍ଲକର ତିନି ଆକ୍ରାନ୍ତ ପ୍ରଥମ ଦିଲ୍ଲୀ ଫେରନ୍ତା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେହିପରି କୁମ୍ଭାରଢାମୁଣୀ ଗ୍ରାମର ଦୁଇ ଜଣ ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଫେରି କ୍ବାରେଣ୍ଟାଇନରେ ରହିଥିଲେ । ତେବେ ସେମାନଙ୍କ ଦେହରେ କୋରୋନା ଲକ୍ଷଣ ଦେଖା ଦେବାରୁ ସ୍ବାବ ପରୀକ୍ଷା କରାଯାଇଥିଲା । ମଙ୍ଗଳବାର ସମସ୍ତଙ୍କ ରିପୋର୍ଟ ପଜିଟିଭ ବାହାରିଛି । ତେବେ ସମସ୍ତ 5 ଆକ୍ରାନ୍ତଙ୍କୁ ରାୟଗଡା ଜିଲ୍ଲା ଜେକେପୁରର କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details