ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି(ମଙ୍ଗଳବାର) ଚତୁର୍ଥ ପର୍ଯ୍ୟାୟ ମତଦାନ ସରିଛି । ରାୟଗଡା ଏବଂ କୋଲନରା ବ୍ଲକରେ ନିର୍ବାଚନ ଚତୁର୍ଥ ପର୍ଯାୟ ପାଇଁ ପଡିଛି ଭୋଟ । ନିର୍ବାଚନ ଅଧିକାରୀ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ସରିଛି ମତଦାନ । ଚତୁର୍ଥ ପର୍ଯ୍ୟାୟରେ ରାୟଗଡା ବ୍ଲକର ତିନୋଟି ଜୋନ ଏବଂ କୋଲନରା ବ୍ଲକର ଦୁଇଟି ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।
4th Phase Voting: ଶାନ୍ତିଶୃଙ୍ଖଳାରେ ସରିଲା ରାୟଗଡାରେ ମତଦାନ
ରାୟଗଡାରେ ଶାନ୍ତିଶୃଙ୍ଖଳାର ସହ ସରିଲା ମତଦାନ । ବାଲଟ ବକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ । ଅଧିକ ପଢନ୍ତୁ
ଦୁଇଟି ବ୍ଳକର 45ଟି ପଞ୍ଚାୟତରେ ସର୍ବମୋଟ 1 ଲକ୍ଷ 37 ହଜାର 693 ଭୋଟର ଅଛନ୍ତି । ରାୟଗଡା ଓ କୋଲନରା ବ୍ଲକରେ ଥିବା ମୋଟ 548 ବୁଥ ମଧ୍ୟରୁ 89ଟି ସମ୍ବେଦନଶୀଳ ବୁଥ ଏବଂ 12ଟି ଅତିସମ୍ବେଦନଶୀଳ ବୁଥ ରହିଛି । ଦୁଇଟି ବ୍ଲକର 5ଟି ଜିଲ୍ଲା ପରିଷଦ ଆସନ ପାଇଁ 28 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଛନ୍ତି । ସେହିପରି 45ଟି ପଞ୍ଚାୟତ ପାଇଁ 184 ସରପଞ୍ଚ ପ୍ରାର୍ଥୀ, 140 ସମିତି ସଭ୍ୟ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁ ଥିବାବେଳେ ନିର୍ବାଚନକୁ ସୁଚାରୁରୂପେ ପରିଚାଳନା ପାଇଁ 2 ହଜାର 192 କର୍ମଚାରୀ ନିୟୋଜିତ ରହିଛନ୍ତି । ମାଓବାଦୀଙ୍କ କାର୍ଯ୍ୟ କଳାପକୁ ଆଖିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ