ରାୟଗଡା: ଜିଲ୍ଲାର ଚମ୍ପିକଟା ସେବାଶ୍ରମରେ ଅଭାବନୀୟ ଘଟଣା । ମ୍ୟାଲେରିଆ ଔଷଧ ଖାଇ ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି ଉଆପକା ଗ୍ରାମର ରିଙ୍କୁ ତୋଇକା । ପ୍ରଥମେ ଦେହ ଅସୁସ୍ଥ ହେବା ପରେ ମ୍ୟାଲେରିଆ ମେଡିସିନ ଖାଇଥିଲେ ରିଙ୍କୁ । ଏହା ପରେ ଅବସ୍ଥା ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାଅନୁଯାୟୀ, ଉଆପକା ଗ୍ରାମର ଏହି ଛାତ୍ର ଗତବର୍ଷ ଚମ୍ପିକଟା ସେବାଶ୍ରମ ବିଦ୍ୟାଳୟରେ ନାମ ଲେଖାଇଥିଲେ । ଗତ ଶନିବାର ମଧ୍ୟାହ୍ନରେ ଶିଶୁଟିର ଅସୁସ୍ଥ ଥିବା ହେତୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ପାଇଁ ଯୋଗାଇ ଦିଆଯାଇଥିବା କିଟ୍ ଦ୍ବାରା ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ଶିଶୁଟି ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସ୍କୁଲରେ ଉପଲବ୍ଧ ଥିବା ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ପ୍ରଦତ୍ତ ମ୍ୟାଲେରିଆ ଔଷଧ ଦିଆଯାଇଥିବା ପ୍ରଧାନ ଶିକ୍ଷକ ଅଣଗକା ସୁଦର୍ଶନ କହିଛନ୍ତି ।