ଓଡିଶା

odisha

ETV Bharat / state

କୁଣ୍ଡା ବୋଝେଇ ଟ୍ରକରୁ ୪୯୮ କେ.ଜି ଗଞ୍ଜେଇ ଜବତ

ଗଞ୍ଜେଇ ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି ରାୟଗଡ଼ା ଜିଲ୍ଲା । ଏଠାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଖୋଲା ମେଲାରେ ବ୍ୟାପକ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଛି । କୁଣ୍ଡା ବୋଝେଇ ଟ୍ରକରେ ଗଞ୍ଜେଇ ଥିବା ନେଇ ମୁନିଗୁଡା ପୋଲିସକୁ ସୂଚନା ମିଳିଥିଲା । ଅଧିକ ପଢନ୍ତୁ...

By

Published : Oct 3, 2020, 10:24 PM IST

କୁଣ୍ଡା ବୋଝେଇ ଟ୍ରକରୁ ୪୯୮ କେ.ଜି ଗଞ୍ଜେଇ ଜବତ
କୁଣ୍ଡା ବୋଝେଇ ଟ୍ରକରୁ ୪୯୮ କେ.ଜି ଗଞ୍ଜେଇ ଜବତ

ରାୟଗଡ଼ା: ଗଞ୍ଜେଇ ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି ରାୟଗଡ଼ା ଜିଲ୍ଲା । ଏଠାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଖୋଲା ମେଲାରେ ବ୍ୟାପକ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ନୂଆ ନୂଆ ତରିକା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି । ଗଞ୍ଜେଇ ଚାଲାଣ ପାଇଁ କାର, ବୋଲେରୋ, ପଣସ ବୋଝେଇ ଟ୍ରକ ଏବଂ ତେଲ ଟ୍ୟାଙ୍କର ବ୍ୟବହାର କରୁଥିବାବେଳେ ଏବେ କୁଣ୍ଡା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାଶ କରିଛି ମୁନିଗୁଡ଼ା ପୋଲିସ ।

କୁଣ୍ଡା ବୋଝେଇ ଟ୍ରକରୁ ୪୯୮ କେ.ଜି ଗଞ୍ଜେଇ ଜବତ

ଏକ କୁଣ୍ଡା ବୋଝେଇ ଟ୍ରକରୁ ପାଖାପାଖି ୪୯୮ କେ.ଜି ଗଞ୍ଜେଇ ଜବତ କରିଛି ମୁନିଗୁଡ଼ା ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ରାୟଗଡ଼ା ଏସପି । ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଡାଙ୍ଗସୋରଡାରୁ ରାୟପୁର ଅଭିମୁଖେ ଯାଉଥିବା ଏକ କୁଣ୍ଡା ବୋଝେଇ ଟ୍ରକରେ ଗଞ୍ଜେଇ ଥିବା ନେଇ ମୁନିଗୁଡା ପୋଲିସକୁ ସୂଚନା ମିଳିଥିଲା । ସୂଚନାକୁ ଭିତ୍ତି କରି ମୁୁନିଗୁଡା ଏସପିଡିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ କୁଟ୍ରାଗଡ ନିକଟସ୍ଥ ଧୋବାଗୁଡା ଠାରେ ଟ୍ରକକୁ ଧରିବା ପାଇଁ ଛପି ରହିଥିଲେ । ଟ୍ରକଟି ସିଜି ୦୪ଏମଡି ୯୦୩୬ ନମ୍ବର କୁଣ୍ଡା ବୋଝେଇ ଟ୍ରକ ଧୋବାଗୁଡା ନିକଟରେ ପହଁଚିବା ପରେ ପୋଲିସ ଟ୍ରକକୁ ଅଟକାଇ ଯାଞ୍ଚ କରିବାବେଳେ କୁଣ୍ଡା ବସ୍ତା ଭିତରୁ ଗଞ୍ଜେଇ ପ୍ୟାକେଟ ବାହାରିଥିଲା ।

କୁଣ୍ଡା ବୋଝେଇ ଟ୍ରକରୁ ୪୯୮ କେ.ଜି ଗଞ୍ଜେଇ ଜବତ

ଏହି ଗଞ୍ଜେଇ ଡାଙ୍ଗସୋରଡା ଅଞ୍ଚଳର ଏକ ପେସାଦାର ଗଞ୍ଜେଇ ମାଫିଆର ବୋଲି ଜଣାପଡିଛି । ଏ ନେଇ ମୁନିଗୁଡା ପୋଲିସ ତରଫରୁ ଅଧିକ ତଦନ୍ତ ଜାରି ରହିଛି । ଘଟଣାରେ ସଂପୃକ୍ତ ଥିବା ଡ୍ରାଇଭର ସମେତ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଥିବା ନେଇ ରାୟଗଡ଼ା ଏସପି ଡ଼. ଶର୍ବଣ ବିବେକ ଏମ ସୂଚନା ଦେଇଛନ୍ତି । ଏ ନେଇ ମୁନିଗୁଡା ଥାନାରେ କେଶ ନଂ ୧୩୧ ତା ୦୩.୧୦.୨୦୨୦ ପ୍ରକାରେ ଧାରା ୨୦(ବି) (ସି) ୨୫/୨୭ (ଏ) ୨୯ ଏନଡିପିଏସ ଧାରା ଅନୁଯାୟୀ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ଏକ ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଇଥିବା ଏକ ମାରୁତି ଅଲଟୋ କାର, ହିରୋହଣ୍ଡା ମଟର ସାଇକେଲ ଏବଂ ୪ଟି ମୋବାଇଲ ଜବତ ହୋଇଛି ।



ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details