ଓଡିଶା

odisha

ETV Bharat / state

ଭୂମିକମ୍ପ ଜୋନରେ ରାୟଗଡା, 350 ଗାଁକୁ ବିପଦ - Rayagada news

ରାୟଗଡା ଜିଲ୍ଲା ଘୋର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ବାରା କରାଯାଇଥିବା ସର୍ଭେରେ ରାୟଗଡା ଜିଲ୍ଲା ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବେ ଜୋନ-2ରେ ରହିଛି । ଭୂମିକମ୍ପ ଅଞ୍ଚଳ ଭାବେ ରାୟଗଡା ଜିଲ୍ଲାର 8ଟି ବ୍ଲକର ତିନି ଶହରୁ ଉର୍ଦ୍ଧ୍ବ ଗ୍ରାମ ରହିଛି । ଅଧିକ ଖବର ପଢନ୍ତୁ....

350 villages of Rayagada district risk in  earthquake zone ii
ଭୂମିକମ୍ପ ଜୋନରେ ରାୟଗଡା, 350 ଗାଁକୁ ବିପଦ

By

Published : Mar 21, 2020, 10:17 PM IST

ରାୟଗଡା: ଭୂମିକମ୍ପ ହେଲେ ଓଡ଼ିଶାରେ ସାଂଘାତିକ ସ୍ଥିତି ଉପୁଜିବ । ରାୟଗଡା ଜିଲ୍ଲା ଘୋର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ସର୍ବଭାରତୀୟ ସ୍ତରରେ ଭାରତୀୟ ପାଣିପାଗ ବିଭାଗ ତରଫରୁ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଦ୍ବାରା କରାଯାଇଥିବା ସର୍ଭେରେ ରାୟଗଡା ଜିଲ୍ଲା ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବ ଜୋନ-2ରେ ରହିଛି । ଏହା ସହ ଓଡିଶାର ଅନ୍ୟ 10ଟି ଜିଲ୍ଲା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଭୂମିକମ୍ପ ଜୋନରେ ରାୟଗଡା, 350 ଗାଁକୁ ବିପଦ

ପୂର୍ବଘାଟ ପର୍ବତମାଳାର ପାର୍ବତ୍ୟାଞ୍ଚଳରେ ରାୟଗଡା ଜିଲ୍ଲା ଅବସ୍ଥିତ । ଏହାର ଜନସଂଖ୍ୟା 9 ଲକ୍ଷରୁ ଅଧିକ ଥିଲାବେଳେ ଏହା ଏକ ଆଦିବାସୀ ବହୁଳ ଜିଲ୍ଲା ଭାବରେ ପରିଚିତ । ଜିଲ୍ଲାରେ ପ୍ରାକୃତିକ ଖଣିଜ ସମ୍ଫଦ ଭରପୂର ରହିଛି । ଭୂମିକମ୍ପ ପ୍ରବଣ ଭାବେ ରାୟଗଡା ଜିଲ୍ଲାର ତିନି ଶହରୁ ଉର୍ଦ୍ଧ ଗ୍ରାମ ରହିଛି । ତେବେ ଏହି ଘୋଷଣା ଯୋଗୁଁ ଲୋକେ ଭୟଭୀତ ଥିବା ବେଳେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବ ଦେଇଛି ।

ରାୟଗଡା ଜିଲ୍ଲାର 8ଟି ବ୍ଲକର 350ରୁ ଉର୍ଦ୍ଧ ଗ୍ରାମ ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବରେ ଘୋଷଣା ହୋଇଛି । ଜିଲ୍ଲାର 52ଟି ପଞ୍ଚାୟତ ର 350 ଖଣ୍ଡ ଗ୍ରାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ରହିଛି । ଯଦିଓ ପ୍ରଶାସନ ଏଥିପାଇଁ ପ୍ରସ୍ତୁତ ତେବେ ଅନୁଭବୀ ଅଧିକ ଚିନ୍ତିତ । ଯେହେତୁ ରାୟଗଡା ଜିଲ୍ଲାର ଏତେ ସଂଖ୍ୟକ ଗାଁ ଭୂମିକମ୍ପ ପ୍ରବଣ ତେଣୁ ଲୋକଙ୍କୁ ସଚେତନ କରାଇବା ସହ ଭୂମିକମ୍ପରୁ ରକ୍ଷା ହେଲାଭଳି ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ପ୍ରାୟ 10 ରୁ 15 ବର୍ଷତଳେ ପୂର୍ବରୁ ରାୟଗଡା ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିବା ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି । ରାୟଗଡା ଜିଲ୍ଲା ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବରେ ଘୋଷଣା ହେଲା ପରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସାଧାରଣତଃ ଜିଲ୍ଲାର ପାର୍ବତ୍ୟାଞ୍ଚଳରେ ରହିଥିବା ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଜଣାପଡିଛି ।

ଭୂମିକମ୍ପର ମୁକାବିଲା ପାଇଁ ପ୍ରାକୃତିକ ବପର୍ଯ୍ୟୟ ଓ ପ୍ରଶମନ ବିଭାଗ ଓ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ରହିଛନ୍ତି । ଭୂକମ୍ପ ଦାଉରୁ ଲୋକଙ୍କୁ ରକ୍ଷା ପାଇଁ ସଚେତନ କରାଯିବା ଆବଶ୍ୟକତା ରହିଛି । ଏନଡିଆରଏଫ ଟିମ ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି । ଖଣିଜ ସମ୍ପଦରେ ଭରପୂର ଜିଲ୍ଲା ହେଉଛି ରାୟଗଡା । ଏଭଲି ଏକ ଘୋର ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସରକାର କି ଭଳି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।

ରାୟଗଡାରୁ ରଞ୍ଜନ କୁମାର ରଥଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details