ଓଡିଶା

odisha

By

Published : Jun 26, 2021, 6:33 AM IST

ETV Bharat / state

30 ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

ଜୟପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା ଗଞ୍ଜେଇ ବୋଝେଇ ଟ୍ରକ । ରାୟଗଡା ଜିଲ୍ଲା କେନ୍ଦୁଗୁଡା ନିକଟରୁ ଟ୍ରକକୁ ଜବତ କଲା ପୋଲିସ । ଅଧିକ ପଢନ୍ତୁ...

30 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ
30 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡା: ଟ୍ରକ ଯୋଗେ ଗଞ୍ଜେଇ ଚାଲାଣ ବେଳେ ଚଢାଉ କଲା ପୋଲିସ । ରାୟଗଡା ଜିଲ୍ଲା କେନ୍ଦୁଗୁଡା ନିକଟରୁ ଟ୍ରକକୁ ଜବତ କରାଯାଇଛି । ଗାଡିରୁ ପ୍ରାୟ 306 କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 30 ଲକ୍ଷ 60 ହଜାର ଟଙ୍କା ହେବ ବୋଲି ପଦ୍ମପୁର ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ବ ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଗାଡିଟି ଉତ୍ତରପ୍ରଦେଶର ହୋଇଥିବାବେଳେ ଅଭିଯୁକ୍ତ ଉତ୍ତରପ୍ରଦେଶର ମହମ୍ମଦ ଅସଲମ ଖାନ ବୋଲି ଜଣାପଡିଛି ।

30 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

ସୂଚନାଯୋଗ୍ୟ, ଟ୍ରକ ଭିତରେ ଗଞ୍ଜେଇ ଓ ଉପରେ ଭାଲିଆ ଚୋପା ରହିଥିଲା । ଗାଡିଟି ଜୟପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା । ଏନେଇ ପଦ୍ମପୁର ପୋଲିସ ଓ କେନ୍ଦୁଗୁଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ କେନ୍ଦୁଗୁଡା ନିକଟରେ ଟ୍ରକକୁ ଅଟକ ରଖିଥିଲେ । ଯାହାକୁ ତନଖି କରିବା ପରେ ସେଥିମଧ୍ୟରୁ 8ଟି ବସ୍ତାରେ 306 କେଜି ଗଞ୍ଜେଇ ଜବତ ହୋଇଥିଲା । ପଦ୍ମପୁର ତହସିଲଦାର ନୀଳମାଧଵ ମାଝି ମାଜିଷ୍ଟେଟ ରୂପେ ରହି ଗଞ୍ଜେଇକୁ ଜବତ କରିଥିଲେ । ପଦ୍ମପୁର ପୋଲିସ କେସ ନମ୍ବର ୪୫/୨୦୨୧ u/s _ ୨୦ (ବି)( ii) ସି ଏନଡିପିଏସ ଧାରା ଅନୁଯାୟୀ ଗିରଫ ଅଭିଯୁକ୍ତକୁ ଗୁଣପୁର କୋର୍ଟକୁ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details