ଓଡିଶା

odisha

ETV Bharat / state

ପାଇଖାନା ଟାଙ୍କି ନିର୍ମାଣ ବେଳେ ଅଘଟଣ; ୩ ମୃତ, ଜଣେ ଗୁରୁତର

ଟିକିରି ଥାନା ସଙ୍କରଦା ପଞ୍ଚାୟତ ଅନ୍ତର୍ଗତ ପଞ୍ଚାଳି ଗ୍ରାମରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ କାମ କରିବା ସମୟରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହେଇଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

By

Published : Oct 18, 2021, 10:23 PM IST

ପାଇଖାନା ଟାଙ୍କି ନିର୍ମାଣ ବେଳେ ୩ ମୃତ୍ୟ, ଜଣେ ଗୁରୁତର
ପାଇଖାନା ଟାଙ୍କି ନିର୍ମାଣ ବେଳେ ୩ ମୃତ୍ୟ, ଜଣେ ଗୁରୁତର

ରାୟଗଡା: ଟିକିରି ଥାନା ସଙ୍କରଦା ପଞ୍ଚାୟତ ଅନ୍ତର୍ଗତ ପଞ୍ଚାଳି ଗ୍ରାମରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ କାମ କରିବା ସମୟରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହେଇଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ମୃତ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ ହେଲେ ଗୋବିନ୍ଦ କୁମ୍ଭାର(ପଣସ ପଦର), ସୀମା ମାଝି (ପଞ୍ଚାଲି) ଓ ଅନ୍ୟ ଜଣଙ୍କ ଘର କଂସାରିଗୁଡା ଗ୍ରାମ ବୋଲି ଜଣାପଡିଛି ।

ପାଇଖାନା ଟାଙ୍କି ନିର୍ମାଣ ବେଳେ ୩ ମୃତ୍ୟ, ଜଣେ ଗୁରୁତର

ସେମାନେ ପଞ୍ଚାଲି ଗ୍ରାମରେ ଜଣଙ୍କ ଘରେ ନୂଆ ପାଇଖାନା ଟାଙ୍କି ନିର୍ମାଣ କରିଆସୁଥିଲେ । ସୋମବାର ସେହି କାମର ସ୍ଲାବ ଫଲସ ଛଡ଼ାଇବା କାମ ଚାଲୁ ରହିଥିଲା । ଦ୍ବୀପହର ପ୍ରାୟ ୩ ଟା ପରେ କୌଣସି ପ୍ରକାର ଭିତରେ କାମ କରୁଥିବା ଉକ୍ତ ୩ଜଣ ବହୁ ସମୟ ଧରି ଟ୍ୟାଙ୍କ ମଧ୍ୟରୁ ଆଉ ବାହାରକୁ ଆସୁ ନଥିବା ଦେଖି ୪ର୍ଥ ବ୍ୟକ୍ତି ପଞ୍ଚାଲି ଗ୍ରାମର ରାଜା ରାଓ ଟାକ୍ରି ସେମାନଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ଟ୍ୟାଙ୍କ ନିକଟରେ ପହଞ୍ଚିଥିଲେ । କିନ୍ତୁ, ତାଙ୍କୁ ଅନ୍ଧାର ଭିତରେ ସେହି ୩ ଜଣ ଦେଖାଯାଉ ନଥିବା ବେଳେ ରାଜା ରାଓ ହଠାତ ଟ୍ୟାଙ୍କ ଭିତରୁ ବାହାରିଥିବା ଦୁର୍ଗନ୍ଧ ଦ୍ୱାରା ଅଚେତ ଅବସ୍ଥାରେ ପଡିଯାଇଥିଲେ ।

ସ୍ଥାନୀୟ ଲୋକ ରାଜା ରାଓଙ୍କର ଏଭଳି ଅବସ୍ଥା ଦେଖି ଗୁରୁତର ଅବସ୍ଥାରେ ତୁରନ୍ତ ଟିକିରି ମେଡ଼ିକାଲକୁ ନେଇଯାଇଥିଲେ । ହେଲେ ପ୍ରାଥମିକ ଚିକିତ୍ସା ପରେ ସେ ବର୍ତ୍ତମାନ ବିପଦ ମୁକ୍ତ ଅବସ୍ଥାରେ ଅଛନ୍ତି । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାରିଥିବା ପରେ ମଧ୍ୟ କୌଣସ କାରଣରୁ ଉକ୍ତ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇପାରି ନଥିଲା । ବର୍ତ୍ତମାନ ଟିକିରି ପୋଲିସ ଅଭିଯୋଗ ପାଇ ଘଟଣା ସ୍ଥଳରେ ପହଞ୍ଚିଛି ।

ରାୟଡଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details