ଓଡିଶା

odisha

ETV Bharat / state

ଖାକିରେ କଳଙ୍କ: ସରକାରୀ ତହବିଲ ଲୁଟିଲେ 3 କନେଷ୍ଟବଳ - ସରକାରୀ ତହବିଲ ଲୁଟିଲେ 3 କନେଷ୍ଟବଳ

ସରକାରଙ୍କ ପକ୍ଷରୁ ମିଳୁଥିବା ଡିଏ ଓ ଏସଆଇପି ଭତ୍ତା ବାବଦ ଟଙ୍କାକୁ ଏମାନେ ଲୁଟିଛନ୍ତି । କାର୍ଯ୍ୟାଳୟର ଏଚଆରଏମଏସ ଆଇଡି ଓ ପାସୱାର୍ଡ ବ୍ୟବହାର କରି ଏହି କୁକାର୍ଯ୍ୟ କରିଛନ୍ତି । ଅଧିକ ପଢନ୍ତୁ...

ଖାକିରେ କଳଙ୍କ: ସରକାରୀ ତହବିଲ ଲୁଟିଲେ 3 କନେଷ୍ଟବଳ
ଖାକିରେ କଳଙ୍କ: ସରକାରୀ ତହବିଲ ଲୁଟିଲେ 3 କନେଷ୍ଟବଳ

By

Published : May 10, 2020, 12:40 AM IST

ରାୟଗଡା: ସରକାରୀ ଅର୍ଥକୁ ମିଳିମିଶି ଚଳୁ କରିଦେଲେ ପୋଲିସ ବାବୁ । ନିଜ କାର୍ଯ୍ୟାଳୟର ବୈଷୟିକ କୌଶଳକୁ ପ୍ରୟୋଗ କରି ଖାଇଗଲେ 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ରାୟଗଡା ଗୁଣୁପୁର ଥାନା ଭାମିନିଠାରେ ଥିବା ସେକେଣ୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନ କ୍ୟାମ୍ପରୁ ।

ଖାକିରେ କଳଙ୍କ: ସରକାରୀ ତହବିଲ ଲୁଟିଲେ 3 କନେଷ୍ଟବଳ
ଖାକିରେ କଳଙ୍କ: ସରକାରୀ ତହବିଲ ଲୁଟିଲେ 3 କନେଷ୍ଟବଳ

ଖବର ଅନୁସାରେ ତିନି ଜଣ କନଷ୍ଟେବଳ ପଙ୍କଜ କୁମାର, ହରେକୃଷ୍ଣ କଇବର୍ତ ଏବଂ ଉସତ୍ ପାତ୍ର ବାଟାଲିୟନର ଆକାଉଣ୍ଟ ବିଭାଗରେ କାର୍ଯ୍ୟ କରନ୍ତି । ସରକାରଙ୍କ ପକ୍ଷରୁ ମିଳୁଥିବା ଡିଏ ଓ ଏସଆଇପି ଭତ୍ତା ବାବଦ ଟଙ୍କାକୁ ଏମାନେ ଲୁଟିଛନ୍ତି । କାର୍ଯ୍ୟାଳୟର ଏଚଆରଏମଏସ ଆଇଡି ଓ ପାସୱାର୍ଡ ବ୍ୟବହାର କରି ଏହି କୁକାର୍ଯ୍ୟ କରିଛନ୍ତି ।

ଗତ ସେପ୍ଟେମ୍ବର 2019ରୁ ଫେବୃୟାରୀ 2020 ମଧ୍ୟରେ ଏହି ତିନି ଜଣ କନେଷ୍ଟବଳ ନିଜ ନିଜ ଆକାଉଣ୍ଟକୁ ମୋଟ 3 ଲକ୍ଷ 45 ହଜାର 802 ଟଙ୍କା ଟ୍ରାନ୍ସଫର କରିଥିଲେ । ଏନେଇ ଆଇଆରବିଏନ କମାଣ୍ଡାଣ୍ଟ ଦିଲୀପ କୁମାର ମହାପାତ୍ର ଗୁଣୁପୁର ଥାନାରେ ଅଭିଯୋଗ ଦାଖଲ କରିଥିଲେ । ପୋଲିସ ତଦନ୍ତ ପରେ ଏଥିରେ ସମ୍ପୃକ୍ତ ଥିବା ତିନି ଜଣ କନଷ୍ଟେବଳଙ୍କୁ ଗିରଫ କରାଯାଇଛି । ଏହାସହ ଶନିବାର ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗୁଣୁପୁର ଏସଡିପିଓ ରାଜକିଶୋର ଦାଶ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details