ରାୟଗଡା:ଫିଲ୍ମ ଷ୍ଟାଇଲରେ ଲୁଟ । ଛୁରୀ ଦେଖାଇ ଘରୁ ନେଇଗଲେ ୨୫ ଭରି ସୁନା । ରାୟଗଡା ଜିଲ୍ଲା ଗୁଣୁପୁର ପୈାରପରିଷଦ ବାବୁଲିନଗର ଅଞ୍ଚଳରୁ ହୋଇଛି ଲୁଟ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ପୁଅବୋହୁ ଓ ପତ୍ନୀ ରାୟଗଡା ଅଭିମୁଖେ ଯାଇଥିଲେ । ଘରେ କେବଳ ବିନୋଦ ଚନ୍ଦ୍ର ମହାପାତ୍ର ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣକ କୋରିୟର୍ ବୟ କହି ଘରକୁ ପଶିଥିଲେ । ଏହାପରେ ବୃଦ୍ଧ ଜଣକ ମଧ୍ୟ କୋରିୟର୍ ବୟ ଭାବି ଘରର ଫାଟକ ତାଙ୍କ ପାଇଁ ଖୋଲିଥିଲେ । ଘରେ ପଶିବା ପରେ ଦୁର୍ବୃତ୍ତ ପିଇବା ପାଣି ମାଗିଥିଲେ । ବୃଦ୍ଧ ପିଇବା ପାଣି ଦେବାକୁ ଗଲାବେଳେ ଛୁରୀ ଦେଖାଇ ଭୟଭୀତ କରିଥିଲେ ।