ରାୟଗଡା: ରେଳଷ୍ଟେସନରୁ ସୋମବାର ସଂନ୍ଧ୍ୟାରେ ଆରପିଏଫ ପୋଲିସ ୨୨ ଜଣ ମହିଳା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ମହିଳା ଶ୍ରମିକଙ୍କ ମଧ୍ୟରେ ୧୩ ଜଣ ନାବାଳିକା ଅଛନ୍ତି । ଜିଆରପି ପୋଲିସର ପ୍ରାଥମିକ ତଦନ୍ତରୁ ସମସ୍ତ ଶ୍ରମିକ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଜଣାପଡିଛି ।
ଘଟଣାରେ ଆରପିଏଫ ପୋଲିସ୍ 2 ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି । କଲ୍ୟାଣସିଂହପୁର ବ୍ଲକ ଅଟାପାଡୁ ଗ୍ରାମର 22 ଜଣ ମହିଳା ଦାଦନ ଶ୍ରମିକଙ୍କୁ ନେଇ 2 ଦଲାଲ୍ ଟ୍ରେନରେ ହାଇଦ୍ରାବାଦ ଯିବା ପାଇଁ ରାୟଗଡ଼ା ଷ୍ଟେସନରେ ଅପେକ୍ଷା କରିଥିଲେ । ସମ୍ବଲପୁର-ହାଇଦ୍ରାବାଦ ନାଗାବଳୀ ଏକ୍ସପ୍ରେସ୍ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଆରପିଏଫ ପୋଲିସ୍ ପାଟ୍ରୋଲିଂ ଆରମ୍ଭ କରିଥିଲା । ଏହି ସମୟରେ 22 ମହିଳାଙ୍କୁ ନେଇ ପୋଲିସ୍ ସନ୍ଦେହ କରିବା ସହ ସମସ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା ।