ଓଡିଶା

odisha

ETV Bharat / state

2019 ନିର୍ବାଚନ: ଭୋଟ ଦେଲେ ଲାଲବିହାରୀ ହିମିରିକା - vote

କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ରାୟଗଡା ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ଏଠାରୁ ବିଜେଡିର ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ଏବଂ ଉପବାଚସ୍ପତି ଲାଲବିହାରୀ ହିମିରିକା ଭୋଟ ଦେବା ପାଇଁ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Apr 11, 2019, 7:52 AM IST

Updated : Apr 11, 2019, 8:23 AM IST

ରାୟଗଡା: ଗୁରୁବାର 2019 ନିର୍ବାଚନର ପ୍ରଥମ ପର୍ଯ୍ୟୟ ମତଦାନ ଅନୁଷ୍ଠିତ ହେଉଛି । ସକାଳ 7ଟାରୁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ଏହା ପୂର୍ବରୁ ପ୍ରତିବୁଥରେ କରାଯାଇଥିଲା ମକଡ୍ରିଲ । ଏହା ପରେ ଆରମ୍ଭ ହୋଇଯାଇଥିଲା ଭୋଟଗ୍ରହଣ । ଆଜି ରାଜ୍ୟର 4ଲୋକସଭା ଏବଂ ସଂଲଗ୍ନ 28 ବିଧାନସଭା ପାଇଁ ଚାଲିଛି ମତଦାନ।


ଏହା ମଧ୍ୟରେ ରହିଛି କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ରାୟଗଡା ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ଏଠାରୁ ବିଜେଡିର ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ଏବଂ ଉପବାଚସ୍ପତି ଲାଲବିହାରୀ ହିମିରିକା ଭୋଟ ଦେବା ପାଇଁ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା


ଚଳିତ ଥର ନିର୍ବାଚନ ଲଢିବା ସମ୍ପର୍କରେ ମତ ରଖି କହିଛନ୍ତି ଯେ, ଏଥର 2 ହଜାରରୁ ଊର୍ଦ୍ଧ୍ୱ ଭୋଟରେ ମୋର ବିଜୟ ହେବ । ଝୋଡିଆ ସମ୍ପ୍ରଦାୟର ଲୋକେ ମତଦାନ ବର୍ଜନ କରିବା ସମ୍ପର୍କରେ ମତ ରଖି ସେ କହିଛନ୍ତି, ସେମାନେ ଆଦିବାସୀ ମାନ୍ୟତା ପାଇବା ପାଇଁ ଦାବି କରୁଛନ୍ତି। ଏ ସମ୍ପର୍କରେ ଆମେ କେନ୍ଦ୍ରସରକାରଙ୍କୁ ଅବଗତ କରିସାରିଛୁ । ତଥାପି ସେମାନେ ମତଦାନର ବିରତ ରହିବା ଉଚିତ ନୁହେଁ ।

ରାୟଗଡାରୁ ରଞ୍ଜନ ରଥ, ଈଟିଭି ଭାରତ

Last Updated : Apr 11, 2019, 8:23 AM IST

For All Latest Updates

ABOUT THE AUTHOR

...view details