ରାୟଗଡା: ସହରର ସୁଣ୍ଡି ସାହିରୁ ଜଣେ ବିବାହିତ ପୁରୁଷ ଏବଂ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ ।
ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ପୁରୁଷ ରାହୁଲ କୌଶଲ୍ୟା ଓ ନାବାଳିକା ଜଣକ ୧୫ ବର୍ଷ ବୟସର । ନାବାଳିକା ଜଣକ ଆଜି(ମଙ୍ଗଳବାର) ସକାଳେ ଟ୍ୟୁସନ ଯାଇଥିଲେ । ହେଲେ ସେ ଟ୍ୟୁସନକୁ ନ ଯାଇ ଛାତିରେ ଯନ୍ତ୍ରଣା ଅନୁଭବ କରି ଅଧାରାସ୍ତାରୁ ଘରକୁ ନ ଫେରି ରାହୁଲଙ୍କ ଘରକୁ ଯାଇଥିଲେ । ପରେ ସମ୍ପୃକ୍ତ ନାବାଳିକାଙ୍କ ମାଆ ଝିଅ ଟ୍ୟୁସନରୁ ନ ଫେରିବା ପରେ ବହୁତ ଖୋଜାଖୋଜି କରିଥିଲେ । ଇତି ମଧ୍ୟରେ ରାହୁଲଙ୍କ ଘରେ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡିଥିଲା ।