ଓଡିଶା

odisha

By

Published : Mar 14, 2021, 9:58 PM IST

ETV Bharat / state

ରାୟଗଡାର 1152 ଜଙ୍ଗଲରୁ ଲିଭିଲାଣି ନିଆଁ: ଡିଏଫଓ

ଚଳିତ ବର୍ଷ ସାରା ରାଜ୍ୟରେ ଜଳୁଛି ଜଙ୍ଗଲ । ରାୟଗଡା ଜିଲ୍ଲାରେ ୧୭୨୧ ଜାଗାରେ ଜଳିଛି ଜଙ୍ଗଲ । ବର୍ତ୍ତମାନ ପର୍ଯ୍ୟନ୍ତ ୧୧୫୨ ନିଆଁ ଲାଗିଥିବା ସ୍ଥାନରେ ନିଆଁ ଲିଭିଥିବା ସୂଚନା ଦେଇଛନ୍ତି ରାୟଗଡା ଡିଏଫଓ ଅଶ୍ଵିନୀ କୁମାର କର । ଅଧିକ ପଢନ୍ତୁ...

1721 places forest fire in rayagad district
ରାୟଗଡା ଜିଲ୍ଲାରେ ୧୭୨୧ ସ୍ଥାନରେ ଜଙ୍ଗଲ ନିଆଁ, ଲିଭିଲାଣି ୧୧୫୨ ଜଙ୍ଗଲ ନିଆଁ

ରାୟଗଡ଼ା: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଜଙ୍ଗଲ ଜଳିବା ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଥିଲା । ତେବେ ଧୀରେ ଧୀରେ ଏବେ ନିଆଁ ନିୟନ୍ତ୍ରଣକୁ ଆସିଥିବା କହିଛନ୍ତି ରାୟଗଡା ବନଖଣ୍ଡ ଅଧିକାରୀ ।

ରାୟଗଡା ଜିଲ୍ଲାରେ ୧୭୨୧ ସ୍ଥାନରେ ଜଙ୍ଗଲ ନିଆଁ, ଲିଭିଲାଣି ୧୧୫୨ ଜଙ୍ଗଲ ନିଆଁ

ରାୟଗଡା ଜିଲ୍ଲାରେ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ପାରମ୍ପରିକ କୃଷି ପଦ୍ଧତି ପୋଡୁ ଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଉଛନ୍ତି । ଯାହା ଫଳରେ ପାଉଁଶ ହେଉଛି ସଂରକ୍ଷିତ ବନଖଣ୍ଡର ସହସ୍ରାଧିକ ହେକ୍ଟର ଜଙ୍ଗଲ । ସଚେତନତା ଅଭାବ ଯୋଗୁଁ ବନଖଣ୍ଡ ନିକଟସ୍ଥ ବାସିନ୍ଦା ଜଙ୍ଗଲରେ ଲଗାଉଛନ୍ତି ନିଆଁ । କେତେ ବେଳେ ମହୁଲ ସଂଗ୍ରହ କରିବା ନିମନ୍ତେ ତ ଆଉ କେତେବେଳେ ଜଙ୍ଗଲରୁ କାଠ କୋଇଲା ଆଦି ଆଣି ବଜାରରେ ବିକ୍ରୟ କରି ପରିବାର ପ୍ରତିପୋଷଣ ନିମିତ୍ତ ନିଆଁ ଲଗାଉଛନ୍ତି । ଜିଲ୍ଲାର ମୁନିଗୁଡ଼ାରୁ ଗୁଡାରି, କାଶୀପୁରରୁ କଲ୍ୟାଣସିଂହପୁର ସବୁ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଗତ ଏକ ମାସ ଭିତରେ ଜିଲ୍ଲାର ୧୭୨୧ ପଏଣ୍ଟରେ ନିଆଁ ଲାଗିଥିବା କଥାକୁ ସ୍ଵୀକାର କରିଛନ୍ତି ରାୟଗଡା ଡିଏଫଓ ଅଶ୍ଵିନୀ କୁମାର କର।

ତେବେ ବନବିଭାଗ ପକ୍ଷରୁ ଗାଁ ଗାଁରେ ସଭାସମିତି କରାଯାଇ ଲୋକଙ୍କୁ ସଚେତନ କରାଯିବା ସହ ଯେଉଁମାନେ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଛନ୍ତି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି ଡିଏଫଓ । ଜିଲ୍ଲାରେ ଲାଗିଥିବା ନିଆଁ ଲିଭାଇବା ପାଇଁ ଦୁଇଟି ୟୁନିଟ ଓଡ୍ରାଫ ଟିମକୁ ନିଯୋଜିତ କରାଯାଇଥିବାବେଳେ ବନସୁରକ୍ଷା ସମିତି ଏହି ନିଆଁ ଲିଭା କାମରେ ସାମିଲ ହୋଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details