ରାୟଗଡ଼ା :ନାବାଳିକା ନିଖୋଜ ନେଇ ଗୁଡାରୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ରାୟଗଡା ଜିଲ୍ଲା ଗୁଡାରି ବାକିଟି ସାହିର ୭ବର୍ଷର ନାବାଳିକା ଝିଅ ଗୁଡୁଲା ସାଇ ସ୍ୱରୂପା ନିଖୋଜ ଗତ ୧୧ ତାରିଖରୁ ନିଖୋଜ ଅଛନ୍ତି । ଏ ନେଇ ଗୁଡାରି ଥାନାରେ ସାଇସ୍ୱରୂପାଙ୍କ ବାପା ଗୁଡୁଲା ଏଙ୍କିଟି ଅଭିଯୋଗ କରିଛନ୍ତି । ହେଲେ ଏଯାବତ ନାବାଳିକାର ଖୋଜ ଖବର ପାଇନି ପୋଲିସ ।
ନାବାଳିକା ନିଖୋଜ ନେଇ ଗୁଡାରୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ - ରାୟଗଡ଼ା ନାବାଳିକା ନିଖୋଜ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ
ନାବାଳିକା ନିଖୋଜ ନେଇ ଗୁଡାରୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ରାୟଗଡା ଜିଲ୍ଲା ଗୁଡାରି ବାକିଟି ସାହିର ୭ବର୍ଷର ନାବାଳିକା ଝିଅ ଗୁଡୁଲା ସାଇ ସ୍ୱରୂପା ନିଖୋଜ ଗତ ୧୧ ତାରିଖରୁ ନିଖୋଜ ଅଛନ୍ତି । ଅଧିକ ପଢ଼ନ୍ତୁ
ନାବାଳିକା ନିଖୋଜ ନେଇ ଗୁଡାରୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ
ନାବାଳିକା ନିଖୋଜ ନେଇ ଗୁଡାରୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ
ଆଜି ଗୁଡାରି ଏନ୍ଏସି ଅଞ୍ଚଳର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୁଡୁଲାଙ୍କୁ ସମବେଦନା ଜଣାଇବା ସହ ପୋଲିସ୍ କିଛି ସୁରାକ ପାଇନପାରିବା ନିଷ୍କ୍ରିୟତାକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦପାଳନ କରିଛନ୍ତି । ସମସ୍ତ ଦୋକାନ ବଜାର, ବସ୍ ଚଳାଚଳ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦପାଳନ କରାଯାଇଥିବା ଦେଖିବାକୁ ମିଳୁଛି । ବନ୍ଦକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ସେପଟେ ଏହି ଘଟଣାକୁ ପୋଲିସ ଅତି ହାଲୁକା ଭାବରେ ନେଇଥିବାରୁ ସାଧାରଣରେ ପୋଲିସର କାର୍ଯ୍ୟ କଳାପକୁ ନିନ୍ଦା କରାଯାଇଛି ।
ଇଟିଭି ଭାରତ, ରାୟଗଡ଼ା