ଓଡିଶା

odisha

ETV Bharat / state

ପ୍ରବାଦ ପୁରୁଷଙ୍କ ସ୍ମୃତିରେ ଦିନଟିଏ - ବିଜୁ ବାବୁଙ୍କ ଜୟନ୍ତୀ ପାଳନ

ରାୟଗଡାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ 105ତମ ଜୟନ୍ତୀ ପାଳିତ । ଅଧିକ ପଢନ୍ତୁ...

ପ୍ରବାଦ ପୁରୁଷଙ୍କ ସ୍ମୃତିରେ ଦିନଟିଏ
ପ୍ରବାଦ ପୁରୁଷଙ୍କ ସ୍ମୃତିରେ ଦିନଟିଏ

By

Published : Mar 5, 2021, 8:16 PM IST

ରାୟଗଡା: ପ୍ରବାଦ ପୁରୁଷଙ୍କ ସ୍ମୃତିରେ ଦିନଟିଏ । ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରେ ପ୍ରବାଦ ପୁରୁଷ ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡଠାରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦଷ୍ଟା ତଥା ବିଜେଡି ଜିଲ୍ଲା ସଭାପତି ସୁଧୀର ଦାସ ସମେତ ବହୁ ବରିଷ୍ଠ ବିଜେଡି ନେତା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପ୍ରବାଦ ପୁରୁଷଙ୍କ ସ୍ମୃତିରେ ଦିନଟିଏ

ପରେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ମୋ ପରିବାର ଆନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରେମେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଉପସ୍ଥିତ ଥିବାବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସମିତିର ଉପଦେଷ୍ଟା ସୁଧୀର ଦାଶ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉପସ୍ଥିତ ଥିଲେ ।

ସେହିଭଳି ପୂର୍ବାହ୍ନରେ ରାୟଗଡ଼ା ବ୍ଲକ ସଦଭାବନା ଗୃହରେ ଶୁକ୍ରବାର ବ୍ଲକସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ପେଦେଣ୍ଟି ରାମୁଲୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details