ଓଡିଶା

odisha

ETV Bharat / state

ପଦାରେ ପଡିଲା ସ୍ୱାସ୍ଥ୍ୟ ବିଭାଗ ମିଛ, ଗାଁରେ ନେଲେଣି ଶତ ପ୍ରତିଶତ ଟିକା - champakana village 100% vaccination

ଟୀକାକାରଣକୁ ନେଇ ମିଥ୍ୟା ତଥ୍ୟ ଦେଇ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କୋଲନରା ବ୍ଳକ କୈଳାସପୁର ପଞ୍ଚାୟତର ଚମ୍ପାକଣାରେ ଗ୍ରାମବାସୀଙ୍କ ତାଟିକବାଟ ଦେବା ଘଟଣାର ପର୍ଦ୍ଦାଫାସ ହୋଇଛି । ଆଜି ସୁଦ୍ଧା ଗାଁରେ ନେଲେଣି ଶତ ପ୍ରତିଶତ ଟିକା । ଅଧିକ ପଢନ୍ତୁ...

ପଦାରେ ପଡିଲା ସ୍ୱାସ୍ଥ୍ୟ ବିଭାଗ ମିଛ, ଗାଁରେ ନେଲେଣି ସତପ୍ରତିଶତ ଟିକା
ପଦାରେ ପଡିଲା ସ୍ୱାସ୍ଥ୍ୟ ବିଭାଗ ମିଛ, ଗାଁରେ ନେଲେଣି ସତପ୍ରତିଶତ ଟିକା

By

Published : Jun 13, 2021, 11:01 PM IST

ରାୟଗଡା: ଦୁର୍ଗମ ଆଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ଟୀକାକାରଣର ଚିତ୍ର ପଦାରେ ପଡିଛି । ଟୀକାକାରଣକୁ ନେଇ ମିଥ୍ୟା ତଥ୍ୟ ଦେଇ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କୋଲନରା ବ୍ଳକ କୈଳାସପୁର ପଞ୍ଚାୟତର ଚମ୍ପାକଣା ଗ୍ରାମରେ ଗ୍ରାମବାସୀଙ୍କ ତାଟିକବାଟ ଦେବା ଘଟଣାର ପର୍ଦ୍ଦାଫାସ ହୋଇଛି ।

ପଦାରେ ପଡିଲା ସ୍ୱାସ୍ଥ୍ୟ ବିଭାଗ ମିଛ, ଗାଁରେ ନେଲେଣି ସତପ୍ରତିଶତ ଟିକା

ରାୟଗଡା ଜିଲ୍ଲା କୋଲନରା ବ୍ଳକ କୈଳାସପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାକଣା ଗ୍ରାମ । ଏହି ଛୋଟ ଜନବସତିରେ ପ୍ରାୟ ନବେ ପରିବାରର ୫୦୦ ପାଖାପାଖି ଲୋକ ବସବାସ କରନ୍ତି । ଗାଁର ଅଧିକାଂଶ ପରିବାର ଜଙ୍ଗଲ ଜମିରେ ଚାଷବାସ କରି ପରିବାର ପ୍ରତିପୋଷଣ କରନ୍ତି । ମୌସୁମୀ ପ୍ରାକ ବର୍ଷାକୁ ଦେଖି ସମସ୍ତେ ଗାଁ ପାଖରେ ଥିବା ପାହାଡ଼ ଜଙ୍ଗଲରେ ନିଜ ନିଜର ଚାଷ କରିଛନ୍ତି । ତେବେ ଗତ ୯ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ କୋଲନରା ବ୍ଳକ କୈଳାସପୁର ପଞ୍ଚାୟତ ଅନ୍ତର୍ଗତ କିଆମୁଣ୍ଡାରେ ତର୍ଲାବାଡି, କିଆମୁଣ୍ଡା ଏବଂ ଚମ୍ପାକଣା ଗ୍ରାମର ୪୫ ବର୍ଷରୁ ଊର୍ଦ୍ଧ୍ଵ ଲୋକଙ୍କୁ ଟିକା ପାଇଁ କେମ୍ପ କରିଥିଲେ ।

କିଆମୁଣ୍ଡା ଲୋକଙ୍କ ଟିକା ପରେ ଚମ୍ପାକଣା ଗ୍ରାମର କେହି ଟିକା ନେବାକୁ ନଆସିବାରୁ ଏହି ମେଡିକାଲ ଟିମ ଚମ୍ପାକଣା ଗ୍ରାମକୁ ଯାଇଥିଲା । ପୂର୍ବାରୁ ଗାଁ ଲୋକଙ୍କୁ ଟିକା ପାଇଁ କୌଣସି ସୂଚନା ଦିଆଯାଇନଥିବା ଯୋଗୁଁ ସବୁଦିନ ପରି ସେଦିନ ମଧ୍ୟ ଘରେ ତାଲା ପକାଇ ନିଜ ନିଜ ଡଙ୍ଗରକୁ ଚାଷ ପାଇଁ ଚାଲି ଯାଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଟିମ ଟିକା ଦେବାପାଇଁ ଆସିଥିବା ଜାଣିବା ପରେ ଗାଁରେ ଥିବା କିଛି ପିଲା ଘରେ କବାଟ ଦେଇ ଚାଲି ଯାଇଥିଲେ । ସତ୍ୟାସତ୍ୟ ଅନୁଧ୍ୟାନ ନକରି ସ୍ୱାସ୍ଥ୍ୟ ବିଭାଗୀୟ ଟିମ କୋଭିଡ଼ ଟିକା ଦେବାପାଇଁ ଚମ୍ପାକଣା ପହଞ୍ଚିବା ବେଳକୁ ଗ୍ରାମବାସୀ ଭୟରେ ତଟିକବାଟ ବନ୍ଦ କରି ଜଙ୍ଗଲରେ ଲୁଚିଗଲେ ବୋଲି ପ୍ରଶାସନକୁ ରିପୋର୍ଟ କରିବା ସହ ନିଜେ ଉଠାଇଥିବା ଭିଡିଓ ଏବଂ ଫୋଟୋକୁ ଗଣମାଧ୍ୟମକୁ ଯୋଗାଇ ଦିଆଯାଇଥିଲା ।

ଏହି ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ, ବ୍ଳକ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଥିଲା । ଗତ ୧୧ ତାରିଖରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜି.ପି.ଓ ରମେଶ ଚନ୍ଦ୍ର ଯୋଶୀ, ବି.ଏସ.ଏସ.ଓ ଶ୍ରୀକାନ୍ତ ପାଣିଗ୍ରାହୀ, ବି.ପି.ଏମ ଟୁନା ଖଟେଇ ଏବଂ ସ୍ୱାସ୍ଥ୍ୟ ବିଭାଗର ଇନଚାର୍ଜ ଏମ.ଓ ଡ.ଶୈଳଜା ଏବଂ ତାଙ୍କ ଟିମ ଚମ୍ପାକଣାଗାଁରେ ପହଞ୍ଚି ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

ତେବେ ଅଙ୍ଗନବାଡି ତାଲିକାରେ ଚମ୍ପାକଣା ଗ୍ରାମର ୪୫ବର୍ଷରୁ ଉର୍ଦ୍ଧ୍ବ 98 ଜଣ ସ୍ତ୍ରୀ-ପୁରୁଷ ରହିଥିବା ବେଳେ ସେଥିମଧ୍ୟରୁ ଗତ ୨୨/୩ /୨୧ ରେ ୫୦ ଜଣ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି । ଏହି ଟୀକାକରଣ କିମ୍ବା ସ୍ୱାସ୍ଥ୍ୟସେବା ଟିମ ଆସିବାକୁ ଥିଲେ ସେମାନଙ୍କୁ ଆଗୁଆ ଜଣାଇବାକୁ ହୁଏ ଏବଂ ସେମାନଙ୍କ କୌଣସି କାମକୁ ନଯାଇ ଅପେକ୍ଷା କରନ୍ତି କିନ୍ତୁ ସେଦିନ କିଆମୁଣ୍ଡା ଗ୍ରାମରେ ଟୀକାକରଣ କାର୍ଯ୍ୟକ୍ରମ ଥିଲା ଏବଂ ସ୍ୱାସ୍ଥ୍ୟ କର୍ମୀ ହଠାତ ଚମ୍ପାକଣାରେ ପହଞ୍ଚି ଥିଲେ ।

ଏଭଳି ସ୍ଥଳେ ଗାଁ ଲୋକଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନଥିବାରୁ କେହି ଗାଁରେ ରହି ନଥିଲେ । ତେବେ ଆଜି କଲୋନରା ଏବିଡିଓଙ୍କ ନେତୃତ୍ବରେ ସ୍ୱାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ଟିମ ଚମ୍ପାକଣା 44 ଜଣଙ୍କୁ କରୋଣାର ପ୍ରଥମ ଟିକା ଦେଇଥିଲେ ବଳକା ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେମାନଙ୍କୁ ଟିକା ଦିଆଯାଇନଥିଲା । ଗତ ମାର୍ଚ୍ଚ ମାସରେ ଏହି ଗାଁର 50 ଜଣ ଟିକା ନେଇଥିବା ବେଳେ ଆଜି ସୁଦ୍ଧା ଗାଁରେ ନେଲେଣି ଶତପ୍ରତିଶତ ଟିକା ବୋଲି କହିଛନ୍ତି ଏବିଡିଓ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details