ଓଡିଶା

odisha

ETV Bharat / state

ନିର୍ବାଚନ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ପକ୍ଷରୁ ଲକ୍ଷାଧିକ ଟଙ୍କା ଜବତ, 2 ଅଟକ - ରାୟଗଡ

ନିର୍ବାଚନ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡର ମୋଟରଗାଡ଼ି ଯାଞ୍ଚ ସମୟରେ ଜଣେ ବେପାରୀ ଲକ୍ଷାଧିକ ଟଙ୍କା ସହ ଧରା ପଡିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ରାୟଗଡା

By

Published : Mar 28, 2019, 7:48 PM IST

ରାୟଗଡା: ନିର୍ବାଚନ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡର ମୋଟରଗାଡ଼ି ଯାଞ୍ଚ ସମୟରେ ଲକ୍ଷାଧିକ ଟଙ୍କା ସହ 2 ଜଣ ଅଟକ । କତାପେଟାଠାରେ ନିର୍ବାଚନ ଫ୍ଲାଇଙ୍ଗ ସ୍କ୍ୱାର୍ଡଟିମ୍‌ର ମୋଟରଗାଡ଼ି ଯାଞ୍ଚ ଚାଲିଥିବାବେଳେ10ଲକ୍ଷ ଟଙ୍କା ସହ ଇଣ୍ଡିକା କାର୍ ଜବତ କରାଯାଇଛି । ଏଥିସହ 2ଜଣଙ୍କୁ ଅଟକ ରଖାଯାଇଛି ।

ନିର୍ବାଚନ ଫ୍ଲାଇଙ୍ଗ୍ସ୍କ୍ୱାର୍ଡଅଧିକାରୀ ତଥା ଜିଲ୍ଲା ତହସିଲଦାର ଉମାଶଙ୍କର ବେହେରାଙ୍କ ସୂଚନା ଅନୁଯାୟୀ , ଜଣେ ବେପାରୀଲକ୍ଷାଧିକ ଟଙ୍କା ନେଇ ଯାଉଥିବା ସମୟରେ ଧରା ପଡିଛନ୍ତି । ତେବେ ବେପାରୀଜଣକ ଅଂଟାମେଡା ଅଞ୍ଚଳର କପାଚାଷୀଙ୍କୁ ବକେୟା ଟଙ୍କା ଦେବାକୁ ନେଉଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା


କିନ୍ତୁ ସ୍କ୍ୱାର୍ଡଅଧିକାରୀଙ୍କ ପକ୍ଷରୁ ବେପାରୀ ଜଣଙ୍କୁ ପଚରାଉଚରା ସମୟରେ ତାଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ତାଙ୍କୁ ରାୟଗଡା ଥାନାକୁ ସ୍ଥାନାନ୍ତରିତ କରାଯାଇଛି । ଏଥିସହ ଘଟଣାର ତଦନ୍ତ ପ୍ରକ୍ରିୟା ଜାରିରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details