ଓଡିଶା

odisha

ETV Bharat / state

2 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଖସିଗଲେ ଅଭିଯୁକ୍ତ - ganja seized from rayagdha

କ୍ରାଇମବ୍ରାଞ୍ଚର ଏସଟିଏଫ ଧରିଛି ଏକ ଟ୍ରକ ଭର୍ତ୍ତି ଗଞ୍ଜେଇ । ଜବତ ଗଞ୍ଜେଇର ବଜାରରେ ଆନୁମାନିକ ମୂଲ୍ୟ ଦେଢ କୋଟି ହେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

2 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଖସିଗଲେ ଅଭିଯୁକ୍ତ
2 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଖସିଗଲେ ଅଭିଯୁକ୍ତ

By

Published : Jan 6, 2021, 11:03 AM IST

Updated : Jan 6, 2021, 3:44 PM IST

ରାୟଗଡା: ଗଞ୍ଜେଇ ବୋଝେଇ ୧୨ ଚକିଆ ଟ୍ରକ ଜବତ। ରାୟଗଡା ରାଜ୍ଯ ରାଜପଥ କଡରେ ଥିବା ଟିକରପଡାରୁ ଜବତ କଲା ଏସଟିଏଫ ଟିମ। ୨୦୦୦ କେଜି ଗଞ୍ଜେଇ ଏସଟିଏଫ ଟିମ ଦ୍ବାରା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ 2 କୋଟିରୁ ଊର୍ଦ୍ଧ୍ବ ହେବ। ଚାଲାଣ କରୁଥିବା ଅଭିଯୁକ୍ତମାନେ ଖସି ପଳାଇଥିବାବେଳେ ଗଞ୍ଜେଇ ଟ୍ରକ ଜବତ କରି ଫେରିଛି ଟିମ ।

2 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଖସିଗଲେ ଅଭିଯୁକ୍ତ

ତେବେ ପର୍ଯ୍ୟାପ୍ତ ପରିମାଣର ଗଞ୍ଜେଇ ଚାଲାଣର ସୁରାକ ପାଇଥିଲା ଏସଟିଏଫ ଟିମ । ଯାହାକୁ ଆଧାରକରି ଟ୍ରକକୁ ଧରିବା ପାଇଁ ଉଦ୍ଯମ କରିଥିଲେ ଟିମ। ଏନେଇ ଟ୍ରକର ପିଛା କରି କରି ଟିକରପଡା ମୁନିଗଡା ନିକଟରେ ଜବତ କରିଥିଲେ । ଏନଡିପିଏସ ଆକ୍ଟରେ ୧୯୮୫ରେ ସମସ୍ତ ସାମଗ୍ରୀକୁ ସିଜ କରାଯାଇଛି ।

2 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଖସିଗଲେ ଅଭିଯୁକ୍ତ

କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଏକ ପିଚୁ ବୋଝେଇ ଟ୍ରକକୁ ଖାନତଲାସି କରିବା ସମୟରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ବୋଝେଇ ଗାଡିକୁ ଅଟକ ରଖି ସବିଶେଷ ତଦନ୍ତ ଏସଟିଏଫ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ ରଥ ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 6, 2021, 3:44 PM IST

ABOUT THE AUTHOR

...view details