ଓଡିଶା

odisha

ETV Bharat / state

ଡରାଉଛି ଅଜଣା ରୋଗ: ଜଣେ ମୃତ, 13 ଆକ୍ରାନ୍ତ - rayagada

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ତାଡିଝୋଲା ଗାଁରେ ଅଜଣା ରୋଗରେ ଜଣେ ମୃତ ଓ 13 ଆକ୍ରାନ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Jul 13, 2019, 9:10 PM IST

ରାୟଗଡା: ଅଜଣା ରୋଗରେ ଜଣେ ମୃତ ଓ 13 ଆକ୍ରାନ୍ତ । ଏଭଳି ଏକ ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ତାଡିଝୋଲା ଗାଁରୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସମଗ୍ର ଗାଁ ଲୋକ ଅଜଣା ଜ୍ବରରେ ବିଗତ ସପ୍ତାହେ ଧରି ଘାଣ୍ଟି ହେଉଥିବା ବେଳେ ଆଜି(ଶନିବାର) ଜଣେ ବୃଦ୍ଧାଙ୍କ ମୃତ୍ୟୁ ଗାଁରେ ଭୟର ବାତାବରଣ ସୃଷ୍ଟି କରିଛି ।

ଶ୍ମଶାନରେ ଜଳୁଛି ଚିତା, ଚିନ୍ତାରେ ଗାଁ ଲୋକେ । ଭୟଙ୍କର ଜ୍ବରରେ ଖଇ ଫୁଟୁଛି ଦେହ । କିନ୍ତୁ ଏଭଳି ସ୍ଥିତରେ ଦେଖା ମିଳୁନି ଡାକ୍ତରଙ୍କର । ଭରସା ସାଜିଛନ୍ତି ଆଶାକର୍ମୀ । ହେଲେ ଯେତେ ଔଷଧ ଦେଲେ କିଛି କାଟୁ କରୁନି । ତେଣୁ ଲୋକଙ୍କର ଆଶାକର୍ମୀଙ୍କ ଉପରୁ ମଧ୍ୟ ଭରସା ଉଠିଯାଇଛି । ଏବେ ସେମାନଙ୍କର ସାହାରା ସାଜିଛି ଅନ୍ଧବିଶ୍ବାସ । ଝଡାଫୁଙ୍କା ଉପରେ ନିର୍ଭର କରିଛନ୍ତି ଗ୍ରାମବାସୀ ।

ତେବେ ଗତକାଲି(ଶୁକ୍ରବାର)ଠାରୁ ଏହି ଗାଁର ଜଣେ ବୃଦ୍ଧା କୁନାକା କୁଣ୍ଡାଡିଙ୍କୁ ପ୍ରବଳ ଜ୍ବର ହୋଇଥିଲା । ଗାଁ ଲୋକେ ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା । ଏନେଇ ଗାଁର ଆଶାକର୍ମୀ ଡଃ ମୋହିନି କଲ୍ୟାଣସିଂହପୁର ଗୋଷ୍ଠୀସ୍ବାସ୍ଥ୍ୟ ଅଧିକାରୀଙ୍କୁ ସୁଚିତ କରିବା ସହ ଭ୍ରାମ୍ୟମାଣ ଡାକ୍ତରି ଟିମ୍‌କୁ ପଠେଇବାକୁ ଅନୁରୋଧ କରିଥିଲେ ମଧ୍ୟ ଡାକ୍ତରି ଦଳର ଦେଖା ମିଳିନଥିଲା । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details