ପୁରୀ: 2019 ବିଦାୟ ନେଇସାରିଛି । 2020 ନୂଆବର୍ଷର ଆଗମନ ହୋଇସାରିଛି । ସବୁଛି ନାଚଗୀତ ଖୁସିରେ ଝୁମିଛନ୍ତି ଲୋକେ । ଐତିହ୍ୟ ସହର ପୁରୀରେ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସବୁ ବର୍ଗର ଲୋକେ ସାମିଲ ହୋଇ ନୂଆବର୍ଷକୁ ସ୍ବାଗତ ଜଣାଇଛନ୍ତି ।
ଐତିହ୍ୟ ସହର ପୁରୀରେ ନବବର୍ଷକୁ ସ୍ବାଗତ - ଐତିହ ସହର ପୁରୀ
ଐତିହ୍ୟ ସହର ପୁରୀରେ ହୋଇଛି ଜିରୋ ନାଇଟ ସେଲିବ୍ରେସନ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସବୁ ବର୍ଗର ଲୋକେ ସାମିଲ ହୋଇ ନୂଆବର୍ଷକୁ କରିଛନ୍ତି ସ୍ବାଗତ ।
ପୁରୀରେ ନବବର୍ଷକୁ ସ୍ବାଗତ
ପୁରୀ ସହରର ବିଭିନ୍ନ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ମନଛୁଆଁ ହିନ୍ଦୀ, ଓଡ଼ିଆ, ପଞ୍ଜାବୀ, ଭୋଜପୁରୀ ଭାଷାର ସୁୁପରହିଟ ଗୀତରେ ଝୁମିଛନ୍ତି ପୁରୀବାସୀ । ପର୍ଯ୍ୟଟକମାନେ ମଧ୍ୟ ଏହାର ମଜା ଉଠାଇଛନ୍ତି । ହୋଟେଲ ଗୁଡିକ ପକ୍ଷରୁ ପର୍ଯ୍ୟଟକଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ପରସା ଯାଉଛି । ସମସ୍ତେ ଜିରୋ ନାଇଟ ସେଲିବ୍ରେସନରେ ମସଗୁଲ ହୋଇ, ପରସ୍ପରକୁ ନୁତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Jan 1, 2020, 2:06 PM IST