ଓଡିଶା

odisha

ETV Bharat / state

ପୁରୀ ଷ୍ଟେସନରେ ଜୀବନ ହାରିଲେ ପ୍ରେମୀ ଯୁଗଳ, କାହିଁକି ଚରମ ନିଷ୍ପତ୍ତି ?

ପୁରୀ ଷ୍ଟେସନରେ ଟ୍ରେନକୁ ଡେଇଁ ଜୀବନ ହାରିଲେ ପ୍ରେମୀଯୁଗଳ । ମୃତକମାନେ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 8, 2023, 7:09 AM IST

Updated : Sep 8, 2023, 2:10 PM IST

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ପୁରୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ପୁରୀ:ପୁରୀ ରେଳ ଷ୍ଟେସନରେ ଅଭାବନୀୟ ଘଟଣା । ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ପ୍ରେମୀଯୁଗଳ । ତାଳବଣିଆ ଲେବୁଲ କ୍ରସିଂ ଠାରୁ ପ୍ଲାଟଫର୍ମ ଦିଗକୁ ୨୦୦ ଦୂର ରେଳ ଧାରଣାରୁ ଦୁହିଁଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଗତକାଲି (ଗୁରୁବାର) ସନ୍ଧ୍ୟା ସମୟରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଯାଇଛି । ମୃତକ ହେଲେ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ୩୦ ବର୍ଷୀୟା ତୃପ୍ତିମୟୀ ସାହୁ ଓ ୩୫ ବର୍ଷୀୟା ଯତୀନ ଶେଖର ପାଢ଼ୀ । ମୃତଦେହ ନିକଟରୁ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି । ଜିଆରପି ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଦୁଇ ଯୁବକ ଯୁବତୀ ରେଳ ଷ୍ଟେସନ ପ୍ଲାଟଫର୍ମ ନିକଟରେ ଛିଡା ହୋଇଥିଲେ । ପୁରୀ-ସାଲିମାର ଏକ୍ସପ୍ରେସ ୱାସିଂ ଲାଇନରୁ ସଟି କରି ପ୍ଲାଟଫର୍ମକୁ ଆସୁଥିବା ବେଳେ ଯୁବକ ଓ ଯୁବତୀ ରେଳଧାରଣାରେ ଟ୍ରେନ ଆଗକୁ ମୁଣ୍ଡ ଦେଖାଇ ଦେଇଥିଲେ । ଫଳରେ ଦୁହିଁଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା ଏବଂ ସେହିଠାରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତଦେହ ନିକଟରୁ ସେମାନଙ୍କର ପରିଚୟ ପତ୍ର ମିଳିଛି । ଦୁହିଁଙ୍କର ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ ଜବତ କରାଯାଇଛି । ଯେଉଁଥିରୁ ଦୁହେଁ କୋରାପୁଟ କୋଟପାଡ଼ ଅଞ୍ଚଳର ବୋଲି ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: Hyderabad: ନିର୍ମାଣାଧୀନ କୋଠା ଭୁଶୁଡି 3 ଓଡିଆ ଶ୍ରମିକ ମୃତ, 2 ଗୁରୁତର

ଜିଆରପି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଉଭୟ ମୃତକ ପ୍ରେମୀଯୁଗଳ ବୋଲି ସନ୍ଦେହ କରାଯାଉଛି । ତେବେ ଦୁହେଁ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନି । ଘଟଣା ସମ୍ପର୍କରେ ପୋଲିସ ଉଭୟଙ୍କ ପରିବାର ଲୋକଙ୍କୁ ଖବର ଦେଇଥିବା ଜିଆରପି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି । ସତେ ଯେମିତି ଜୀବନକୁ ଖେଳ ଭାବି ସାମାନ୍ୟ କଥାରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି ଯୁବଗୋଷ୍ଠୀ ।

ଏହାମଧ୍ୟ ପଢନ୍ତୁ: ସ୍ୱାମୀଙ୍କ ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ, କାରଣ ଅସ୍ପଷ୍ଟ

ଇଟିଭି ଭାରତ, ପୁରୀ

Last Updated : Sep 8, 2023, 2:10 PM IST

ABOUT THE AUTHOR

...view details