ପୁରୀ: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ପୁଣି ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ । ବେହେରଣ ଦ୍ବାର ନିକଟରୁ ଯୁବକ ଜଣକ ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। କାର୍ଯ୍ୟରତ ପୋଲିସ କର୍ମଚାରୀ ସେବାୟତଙ୍କ ସହାୟତାରେ ଯୁବକ ଜଣଙ୍କୁ ନାଟମଣ୍ଡପ ଉପରୁ ଉଦ୍ଧାର କରିଥିଲେ । ସିଂହଦ୍ବାର ଥାନାରେ ଯୁବକ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ପୋଲିସ । ଶ୍ରୀମନ୍ଦିର ଉପରେ କାହିଁକି ଚଢ଼ିଲେ ସେନେଇ ତଦନ୍ତ ଚାଲିଛି । ଯୁବକ ଜଣକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଲେରିର ଜିତୁ ଗୌଡ଼ ବୋଲି ଜଣାପଡ଼ିଛି ।
ସେପଟେ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ସହ ତଦନ୍ତ ଜାରି ରହିଥିବା ନେଇ ପୋଲିସ ସୂଚନା ଦେଇଛି । ପୁରୀ ସିଟି ଡିଏସପି କହିଛନ୍ତି, "ଜିତୁ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଏହାପରେ ହଠାତ ମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କାରଣ ଜଣାପଡ଼ି ନାହିଁ । ଚାରିଆଡେ ସିସିଟିଭି କ୍ୟାମେରା ଲଗିଛି ଏବଂ ପୋଲିସ କର୍ମଚାରୀ ସଜାଗ ରହିଛନ୍ତି ।"