ଓଡିଶା

odisha

By

Published : Jul 25, 2021, 10:51 PM IST

ETV Bharat / state

ବିଚ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା, ତଦନ୍ତ ଜାରି

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ବାସେଳୀ ସାହି ଅଞ୍ଚଳରେ ଗଡିଲା ମୁଣ୍ଡ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ବିଚ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା
ବିଚ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା

ପୁରୀ:ବିଚ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା । ପୁରୀ ବାସେଳୀ ସାହି ଥାନା ବଡ ପୋଖରୀ ନିକଟରେ ଘଟିଛି ଏହି ହତ୍ୟାକଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ମୃତ ଯୁବକଙ୍କ ନାମ ଜିତେନ୍ଦ୍ର ପୁରୋହିତ । ସେ ଜଣେ ସୋଲ କାରିଗର ଅଟନ୍ତି । ଏହି ହତ୍ୟାକାଣ୍ଡରେ ଏକାଧିକ ଯୁବକ ସମ୍ପୃକ୍ତ ଥିବା ସୂଚନା ମିଳିଛି । ପୁରୀ ଏସପି କେ ଵିଶାଲ ସିଂଙ୍କ ସମେତ, ସିଟି ଡ଼ିଏସପି, ତିନି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦଦନ୍ତ କରୁଛନ୍ତି ।

ବିଚ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା

ସୂଚନା ଅନୁଯାୟୀ, ଆକ୍ରମଣ କରିଥିବା ଯୁବକଙ୍କ ସହିତ ମୃତକଙ୍କ ପୂର୍ବ ଶତ୍ରୁତା ଥିଲା । ଆଜି(ରବିବାର) ଜିତେନ୍ଦ୍ର ସନ୍ଧ୍ୟା ବେଳେ ଘରୁ ବାହାରକୁ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି । ସେପଟେ ପୋଲିସ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details