ଓଡିଶା

odisha

ETV Bharat / state

କୋଣାର୍କରେ ପାଳନ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ, ଗୋଲାପ ଫୁଲ ଦେଇ ପର୍ଯ୍ୟଟକଙ୍କୁ ସ୍ୱାଗତ

27 ସେପ୍ଟେମ୍ବର କୁ ବିଶ୍ବ ପର୍ଯ୍ୟଟନ ଦିବସ (world tourism day) ଭାବେ ପାଳନ କରାଯାଏ। ପର୍ଯ୍ୟଟନ ଶିଳ୍ପ କୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କରେ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି । ଅଧିକ ପଢନ୍ତୁ

କୋଣାର୍କରେ ପାଳନ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ
କୋଣାର୍କରେ ପାଳନ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ

By

Published : Sep 27, 2022, 9:02 PM IST

ପୁରୀ: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ପ୍ରତି ବର୍ଷ ସେପ୍ଟେମ୍ବର 27 ତାରିଖକୁ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ । ବିଶ୍ବର କୋଣ ଅନୁକୋଣରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ପ୍ରତ୍ୟେକ ଦେଶର ପର୍ଯ୍ୟଟନ ସ୍ଥଳୀ ହିଁ ତାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ପର୍ଯ୍ୟଟନ ସ୍ଥଳୀ ହିଁ ଏହାର ପରିଚୟ ହୋଇଥାଏ । ବିଶ୍ବର ପ୍ରତ୍ୟେକ ଦେଶର ଆର୍ଥିକ ବିକାଶ ପାଇଁ ପର୍ଯ୍ୟଟନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାକୁ ଦୃଷ୍ଟିରେ ରଖି ବିଶ୍ବ ପର୍ଯ୍ୟଟନ ଦିବସ(world tourism day) ପ୍ରତିବର୍ଷ ପାଳନ କରାଯାଏ ।

କୋଣାର୍କରେ ପାଳନ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ

ତେବେ ଏହି ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ପର୍ଯ୍ୟଟନ ଶିଳ୍ପ କୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ବିଶ୍ବ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକ ମାନଙ୍କୁ ଚନ୍ଦନ ଲଗାଇ ଫୁଲ ପୁଷ୍ପ ପକାଇ ଗୋଲାପ ଫୁଲ ଦେଇ ଘୋଡ଼ା ନାଚ ମାଧ୍ୟମରେ ସ୍ବାଗତ କରାଯାଇଥିଲା । ଏଥି ସହ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଝୋଟି ଓ ସୁନ୍ଦର ବାଲୁକା ଚିତ୍ରକଳା ମାଧ୍ୟମରେ ଓଡିଶା ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପର୍ଯ୍ୟଟନ ସ୍ଥଳୀକୁ ବାଲୁକା ଚିତ୍ରକଳାରେ ସ୍ଥାନ ଦିଆଯାଇ ଥିଲା ।

ଏହା ମଧ୍ୟ ପଢନ୍ତୁ-World Tourism Day 2022: ବାଲୁକା କଳାରେ ବିଶ୍ବ ପର୍ଯ୍ୟଟନ ଦିବସର ଶୁଭେଚ୍ଛା

ଏନେଇ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ କହିଛନ୍ତି, "ଆଜିର ପର୍ଯ୍ୟଟନ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଆଜି ଏଠାରେ ଆମେ ବିଭିନ୍ନ କାର୍ଯ୍ୟକ୍ରମ ରଖିଥିଲୁ । ସେଥି ମଧ୍ରୁ ଝୋଟି ଅଙ୍କନ ଏବଂ ବାଲୁକା କଳା ତଥା ପର୍ଯ୍ୟଟକ ମାନଙ୍କୁ ପୁଷ୍ପ ଦେଇ ସ୍ବାଗତ କରିଥିଲୁ । ଦୀର୍ଘ ଦୁଇ ବର୍ଷ ହେଲା କରୋନା ପ୍ରଭାବରୁ ଆମ ରାଜ୍ୟକୁ ପର୍ଯ୍ୟଟକ କମିଯାଇଥିଲେ । କିନ୍ତୁ ଏବେ କୋରନା ପ୍ରଭାବ କମିଥିବାରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ରାଜ୍ୟ ତଥା ଦେଶ ବାହାରରୁ । ତେବେ ଏହି ବିଶ୍ବ ଏୈତିହ୍ୟ କୋଣାର୍କକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସନ୍ତୁ। ଏବଂ ଏହାର ମନୋରମ କାରୁକାର୍ଯ୍ୟକୁ ଦେଖନ୍ତୁ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details